୪ ବର୍ଷ ପରେ ଆପଣମାନଙ୍କୁ ଆଉ ଭୋଟ ଦେବାକୁ ପଡ଼ିବ ନାହିଁ : ଖୀଷ୍ଟିଆନମାନଙ୍କୁ କହିଲେ ଟ୍ରମ୍ପ

add-all

ଫ୍ଲୋରିଡା : ଆମେରିକାର ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଖ୍ରୀଷ୍ଟିଆନମାନଙ୍କୁ କହିଛନ୍ତି ଯେ ଯଦି ସେମାନେ ନଭେମ୍ବର ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ଭୋଟ୍ ଦିଅନ୍ତି, ତେବେ ସେ ସବୁକିଛି ଠିକ୍ କରିଦେବେ ଯାହାଫଳରେ ସେମାନଙ୍କୁ ଆଉ ଭୋଟ୍ ଦେବାକୁ ପଡ଼ିବ ନାହିଁ। ଫ୍ଲୋରିଡାରେ ରକ୍ଷଣଶୀଳ ଗୋଷ୍ଠୀ ଟର୍ଣ୍ଣିଂ ପଏଣ୍ଟ ଆକ୍ସନ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ ଏହି ମନ୍ତବ୍ୟ ଦେଇଛନ୍ତି।

ସମସ୍ତ ଖ୍ରୀଷ୍ଟିଆନଙ୍କୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି, ଆପଣମାନଙ୍କୁ ବାହାରକୁ ଯାଇ ଭୋଟ୍ ଦେବାକୁ ପଡ଼ିବ। କିନ୍ତୁ ଏବେ ଆପଣଙ୍କୁ ଏପରି କରିବାକୁ ପଡିବ ନାହିଁ । ଆଉ ଗୋଟିଏ ବର୍ଷ ପରେ ସବୁ କିଛି ଠିକ୍ ହୋଇଯିବ, ସବୁ କିଛି ଠିକ୍ ହୋଇଯିବ । ମୋର ସୁନ୍ଦର ଖ୍ରୀଷ୍ଟିଆନ ଲୋକମାନେ, ଏହା ପରେ ଆପଣଙ୍କୁ ଆଉ ଭୋଟ୍ ଦେବାକୁ ପଡିବ ନାହିଁ । ମୁଁ ତୁମ ସମସ୍ତଙ୍କୁ ଭଲ ପାଏ । ମୁଁ ମଧ୍ୟ ଜଣେ ଖ୍ରୀଷ୍ଟିଆନ । ମୁଁ ତୁମକୁ ଭଲ ପାଏ, ତୁମକୁ ବାହାରକୁ ଯାଇ ଭୋଟ୍ ଦେବାକୁ ପଡିବ । ଆଗାମୀ ୪ ବର୍ଷ ମଧ୍ୟରେ ଆପଣଙ୍କୁ ଆଉ ଭୋଟ୍ ଦେବାକୁ ପଡିବ ନାହିଁ କାରଣ ଆମେ ସବୁକିଛି ଠିକ୍ କରିଦେବୁ ଏବଂ ସବୁକିଛି ଏତେ ଭଲ ହୋଇଯିବ ଯେ ଆପଣଙ୍କୁ ଆଉ ଭୋଟ୍ ଦେବାକୁ ପଡିବ ନାହିଁ ।

ad-week
Leave A Reply

Your email address will not be published.