ପୋଖରୀରେ ବୁଡି ଯୁବକ ମୃତ

add-all

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଅନ୍ତର୍ଗତ ଦାରୁଭଦ୍ରା ଗ୍ରାମ ପୋଖରୀରେ ବୁଡି ଜଣେ ଯୁବକଙ୍କ ମତ୍ୟୁ ଘଟିଛି । ସୂଚନା ଅନୁସାରେ ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ପାଣିଗ୍ରାହୀ ନଗର ସାହିର ଟିକିନା ପ୍ରସାଦ ପାଢି (୩୮) ରବିବାର ସନ୍ଧ୍ୟାରେ ଶଶୁର ଘର ହିଞ୍ଜିଳି ଥାନା ଦାରୁଭଦ୍ରା ଗ୍ରାମ ପୋଖରୀରେ ଶୌଚ ହେବାପାଇଁ ପୋଖରୀକୁ ଯାଇଥିବା ବେଳେ ଅସାବଧାନତା ଯୋଗୁ ପାଦ ଖସିଯିବାରୁ ପୋଖରୀରେ ବୁଡି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଗ୍ରାମ ବାସୀ ଟିକିନା ଙ୍କୁ ଉଦ୍ଧାର କରି ୧୦୮ ଯୋଗେ ପରିବାର ସହ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ସେଠାରେ ଡ଼ାକ୍ତର ଟିକିନାଙ୍କୁ ମୃତ ଘୋଷଣା କରିଥିଲେ। ରାତି ହୋଇଥିବାରୁ କାର୍ଯ୍ୟରତ ଡାକ୍ତର ହିଞ୍ଜିଳି ଥାନା କୁ ଖଵର ଦେଇଥିଲେ। ହିଞ୍ଜିଳି ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସୋମବାର ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠା ଯିବ ଵୋଲି ସୂଚନା ଦେଇଛନ୍ତି |

ad-week
Leave A Reply

Your email address will not be published.