ଶାଶ୍ୱତ ମିଶ୍ର ହେଲେ ଅର୍ଥ ବିଭାଗର ପ୍ରମୁଖ ସଚିବ

add-all

ଭୁବନେଶ୍ୱର: ଆଇଏଏସ୍‌ ଅଫିସର ଶାଶ୍ୱତ ମିଶ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ। ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ଆଇଏଏସ୍‌ ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

୧୯୯୬ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ଶାଶ୍ବତ ମିଶ୍ର ଅର୍ଥ ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି। ଏହାଛଡ଼ା ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ ଭାବେ ମଧ୍ୟ ତାଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି। ପୂର୍ବରୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବା ଶାଶ୍ୱତ ମିଶ୍ର ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପାଇଥିଲେ।

ଆଜି ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁସାରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବା ଆଇଏଏସ୍‌ ଶାଶ୍ବତ ମିଶ୍ରଙ୍କୁ ଅର୍ଥ ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ମିଳିଛି। ଏଥି ସହିତ ପୂର୍ବରୁ ପାଇଥିବା ଶକ୍ତି ବିଭାଗ ଓ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନ (OSSSC) ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ସେ ତୁଲାଇବେ। ସେହିଭଳି ଆଇଏଏସ୍‌ ଅଫିସର ଏନ୍‌.ବି.ଏସ୍‌. ରାଜପୁତଙ୍କୁ ଶାଶ୍ୱତଙ୍କ ସ୍ଥାନରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି।

ad-week
Leave A Reply

Your email address will not be published.