ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ

add-all

ମଣିପୁର ହିଂସାକୁ ବର୍ଷେ ବିତିଯିବା ପରେ ପ୍ରଥମ ଥର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ। ରାଜ୍ୟରେ ଜାତିଗତ ବିବାଦକୁ ନେଇ ଚାଲିଥିବା ହିଂସା ମଧ୍ୟରେ ମୁଖ୍ୟମନ୍ତ୍ରୀ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଥିବା କୁହାଯାଉଛି। 

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦିଲ୍ଲୀରେ ବିପେଜି ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ସ୍ୱତନ୍ତ୍ର କନକ୍ଲେଭ ଚାଲିଛି। ଏହି କନକ୍ଲେଭରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ମଧ୍ୟ ଯୋଗ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିରେନ ସିଂହଙ୍କର ଏକ ସଂକ୍ଷିପ୍ତ ବୈଠକ ଅନୁଷ୍ଠିତ ହୋଇଥିଲା।

ବିଶେଷ ଭାବେ ମଣିପୁରରେ ଚାଲିଥିବା ସଙ୍କଟର ସମ୍ଭାବ୍ୟ ସମାଧାନ, କେନ୍ଦ୍ର ଓ ରାଜ୍ୟର ଯୋଜନା ଏବଂ ରୋଡମ୍ୟାପ ଉପରେ ଆଲୋଚନା ପାଇଁ ଏହି ବୈଠକ ବସିଥିବା କୁହାଯାଉଛି। କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଏବଂ ରାଜନାଥ ସିଂହ ମଧ୍ୟ ଏହି ଆଲୋଚନାରେ ଉପସ୍ଥିତ ଥିଲେ।

ମଣିପୁର ହିଂସାକୁ ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀ ବିଭିନ୍ନ କ୍ଷେତ୍ରରେ ସମାଲୋଚନା କରି ଆସିଛନ୍ତି। ଜୁଲାଇ ରେ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ବାର୍ତ୍ତା ସମୟରେ ବିରୋଧୀ ମଣିପୁର ପ୍ରସଙ୍ଗ ଉଠାଇ ପ୍ରବଳ ହଙ୍ଗାମା କରିଥିଲେ। ଏହା ପୂର୍ବରୁ ମଧ୍ୟ ବିରୋଧୀ ବାରମ୍ବାର ସଂସଦ ଏବଂ ସଂସଦ ବାହାରେ ମଣିପୁର ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଆସୁଥିବା ବେଳେ ଶେଷରେ ପ୍ରଧାନମନ୍ତ୍ରୀ ଆଲୋଚନ କରିଥିବା କୁହାଯାଉଛି।

ସେପଟେ ମୁଖ୍ୟମନ୍ତ୍ରୀ ବିରେନ ସିଂହ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବା ଖବର ଉପରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ସାଂସଦ ଜୟରାମ ରମେଶ। ଦିଲ୍ଲୀ ଗସ୍ତ ସମୟରେ ବିରେନ ସିଂହ ପୋଷ୍ଟ କରିଥିବା ଫଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ ଥିବାରୁ ସେ ସନ୍ଦେହ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.