ଉମରକୋଟ ବ୍ଳକରେ ଜନଶୁଣାଣୀ କାର୍ଯ୍ୟକ୍ରମ

add-all

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଆଜି ଉମରକୋଟ ବ୍ଳକ ଠାରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ସମ୍ମାନୀୟ ଜିଲ୍ଲାପାଳ ଶ୍ରୀ ଡଃ କମଳଲୋଚନ ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରୋହିତ ବର୍ମା, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ ମିଶ୍ର, ମୁଖ୍ୟ ଉନ୍ନୟନ ଏବଂ ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଜନଶୁଣାଣୀ କରିଥିଲେ। ସର୍ବମୋଟ 34ଟି ଶୁଣାଣୀ ମଧ୍ୟରୁ ବ୍ୟକ୍ତିଗତ 24ଟିର ଏବଂ ଦଳଗତ 10ଟିର ଅଭିଯୋଗ ଶୁଣାଣୀ କରାଯାଇଥିଲା। 6ଟି ଜନଶୁଣାଣୀକୁ ସଙ୍ଗେସଙ୍ଗେ ସମାଧାନ କରାଯାଇଥିଲା। ଜନଶୁଣାଣୀ କାର୍ଯ୍ୟକ୍ରମ ପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁଧାଂଶୁ ପାତ୍ରଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ଦ୍ୱାରା MBPY 19ଟି, ଶ୍ରବଣ ଯନ୍ତ୍ର 22ଟି, ୱିଲ ଚେର 2ଟି, ଟ୍ରାଇ ସାଇକେଲ 3ଟି ପ୍ରଦାନ କରାଯାଇଥିଲା।

ad-week
Leave A Reply

Your email address will not be published.