ନବରଙ୍ଗପୁରଠାରେ ଅତ୍ୟାଧୁନିକ ଗୋଶାଳା ନିମନ୍ତେ ନିବେଦନ

add-all

ନବରଙ୍ଗପୁର : ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝି ଓ ବିଧାୟକ ଝରିଗାଁ ଶ୍ରୀ ନରସିଂହ ଭତ୍ରା, ମାନ୍ୟବର ମତ୍ସ୍ୟ ଓ ପଶୁ ସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କୁ ଭେଟି ନବରଙ୍ଗପୁର ଜିଲ୍ଲାରେ ଗାଈ ଚାଲାଣ ଦିନକୁ ଦିନ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇବା ବିଷୟ ରେ ଆଲୋଚନା କରିଥିଲେ l ଏହାର ନିରାକରଣ ପାଇଁ, ଏକ ଅତ୍ୟାଧୁନିକ ଗୋଶାଳା ଖୋଲିବାକୁ ବିଧାୟକ ନବରଙ୍ଗପୁର ଶ୍ରୀ ମାଝି ଓ ବିଧାୟକ ଝରିଗାଁ ଶ୍ରୀ ଭତ୍ରା ମାନ୍ୟବର ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି l ଗୋଶାଳା ନିର୍ମାଣ ହେଲେ ମାଫିଆ ମାନେ ରାତି ଅଧିଆ ଚାଲାଣ କରୁଥିବା ଗୋବଂଶକୁ ପୋଲିସ୍ ଧରିଲେ ସୁରକ୍ଷିତ ଗୋଶାଳା ରେ ରଖା ଯାଇ ପାରିବ l ଗୋଶାଳା ନଥିବା ଯୋଗୁଁ ପୋଲିସ୍ ଗୋ ରପ୍ତାନି ହେଉଥିବା ଗାଡ଼ି ଗୁଡ଼ିକ ଧରିଲେ ମଧ୍ୟ ଗୋମାତା ମାନଙ୍କୁ ରଖିବାରେ ସୁବିଧା ନଥିବା କାରଣରୁ ମାଫିଆ ମାନେ ଗୋଚାଲାଣ କରିବାକୁ ସଫଳ ହେଉଥିବା ପ୍ରକାଶ କରିଥିଲେl ନବରଙ୍ଗପୁର ରେ ଏକ ଅତ୍ୟାଧୁନିକ ଗୋଶାଳା ନିର୍ମାଣ ହେଲେ ଗୋବଂଶର ସୁରକ୍ଷା ସହିତ ଗୋ ମାତାଙ୍କ ଦ୍ବାରା ବିଭିନ୍ନ ପ୍ରାକୃତିକ ଦ୍ରବ୍ୟ ଉତ୍ପାଦନ ହେବା ସହ ଜୈବିକ ଖତର ଚାହିଦା ପୂରଣ କରି ଜନସାଧରଣଙ୍କୁ ଲାଭ ପହଞ୍ଚେଇବାରେ ସହାୟକ ହେବ ବୋଲି ଅବଗତ କରାଇଥିବା ଜଣାଯାଏ।

ad-week
Leave A Reply

Your email address will not be published.