ଆସିକା ମାନ ଚିତ୍ରରୁ ଖମା ନାଳ ଉଭାନ….!

ବିଧାନସଭା ରେ ଉତ୍ତର ରଖିଲେ ମନ୍ତ୍ରୀ…

add-all


ବ୍ରହ୍ମପୁର : ୩୦-୭ ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚା ରେ ରହିଆସିଛି। ଆଜି ଆସିକା ବିଧାୟକ ସରୋଜ ପାଢ଼ୀ ବିଧାନସଭା ରେ ଆସିକା ରେ ଜଳ ନିଷ୍କାସନ ପଥ ରେ ଜବର ଦଖଲ ହୋଇଥିବା ଯୋଗୁଁ ଆସିକା ବାସୀ କୁତ୍ରିମ ବନ୍ୟା ର ସମ୍ମୁଖୀନ ହେଉଛନ୍ତି, ବୋଲି ପ୍ରଶ୍ନ କରିଥିଲେ। ଆସିକା ମାନଚିତ୍ର ରେ ଖମା ନାଳ ନଥିବା କଥା ପ୍ରଶାସନ ପକ୍ଷରୁ କୁଆଡ଼େ ମନ୍ତ୍ରୀ ଙ୍କୁ ସଫେଇ ଦିଆ ଯାଇଛି। ମନ୍ତ୍ରୀ ନାଳ ନଥିବା କଥା ସମ୍ପର୍କ ରେ ଏହାର ଉତ୍ତର ଦେବା ବେଳେ ବିଧାୟକ ହତବାକ ହୋଇଥିଲେ। ବିଧାୟକ ପୁଣି କହିଥିଲେ ସେ ଗତ ୨୦୦୪ ମସିହାରେ ବିଧାୟକ ଥିବା ବେଳେ ଏହି ଖମା ନାଳର ଅନୁସନ୍ଧାନ କରି ବିଧାନସଭା ର କମିଟି ସାଙ୍ଗରେ ଯାଇ ଉକ୍ତ ଖମା ନାଳ ଉପରେ ଜବର ଦଖଲ ହୋଇ ଥିବା ଦେଖାଇ ଥିଲେ ବୋଲି କହିଥିଲେ। ବିଧାୟକ ଙ୍କ କଥା କୁ ହୃଦୟମଙ୍ଗ କରି ମନ୍ତ୍ରୀ କହିଥିଲେ ପୁଣି ତଦାରଖ କରିବାକୁ ରାଜସ୍ୱ ବିଭାଗ ଓ ଏନ ଏ ସି କୁ ନିର୍ଦ୍ଧେଶ ଦିଆ ହେବ ବୋଲି କହିଥିଲେ। ପ୍ରକାଶ ଥାଉକି ଆସିକା ରେ ନାଳ ଚୋରୀ, ଜମି ଚୋରି ହେବାର ରେକର୍ଡ ପୂର୍ବରୁ ରହିଥିବାର ନଜିର ରହିଛି। ପ୍ରଭାବ ଶାଳୀ ବ୍ୟକ୍ତି ବିଶେଷ ମାନଙ୍କ ନାମରେ ପଟ୍ଟା ମଧ୍ୟ କରାଯାଇଥିବା ର ନଜିର ରହିଛି। ହେଲେ ପ୍ରଶାସନ ପକ୍ଷରୁ ଖମା ନାଳ ନଥିବା କଥା କିଛି ଆଶ୍ଚର୍ଯ୍ୟ ନାହିଁ ବୋଲି ସହର ରେ ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.