ସହିଦ ସପ୍ତାହରେ ୧୪ ନକ୍ସଲଙ୍କ ଆତ୍ମସମର୍ପଣ

add-all

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସ ନିକଟରେ ସହିଦ ସପ୍ତାହରେ ୧୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଉସୁର ଏବଂ ପାମେଲ ଏରିଆ କମିଟିର ଏହି ନକ୍ସଲମାନେ ହେଲେ ନାଗି ପଡିଆମି(୩୮), ଅର୍ଜୁନ ପୁନେମ(୨୪), ବଘେଲ ପୁନେମ(୩୫), ରଙ୍ଗା ପୋଟାମ(୨୫), ସଦରୁ ପୁନେମ(୨୬), ଅର୍ଜୁନ ପୋଟମା(୨୩), ବୁଦ୍ଧୁରାମ ପୋଟମା(୨୬), ରାଜୁ ପୋଟମା(୩୨), ହେମନ୍ତ ପୁନେମ(୨୬), ସତରୁ ପୁନେମ(୫୫), ସୋମଲୁ କୁଞ୍ଜାମ(୪୦), ମଙ୍ଗଲୁ ହେମଲା(୩୫), ମଦରୁ ମାଡକମ(୨୫) ଏବଂ ସଂତୋଷ ମଡିଆମି(୩୦)। ବିଜାପୁର ପୁଲିସ ଏସପି ଜିତେନ୍ଦ୍ର ଯାଦବ, ୨୨୨ସିଆରପିଏଫ କମାଣ୍ଡାଣ୍ଟ ବିଜେନ୍ଦ୍ର ସିଂ, ୮୫ ସିଆରପିଏଫ ବାଟାଲିୟନର କମାଣ୍ଡାଣ୍ଟ ସୁନୀଲ କୁମାର ପ୍ରମୁଙ୍କ ସମ୍ମୁଖରେ ଏମାନେ ଆତ୍ମସମର୍ପଣ କରିଛନ୍ତି।
ପୁଲିସ ତରଫରୁ ଏମାନଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି କୁହାଯାଇଛି। ଚଳିତ ବର୍ଷ ଛତିଶଗଡରେ ୧୩୭ ଜଣ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି।ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ଖୁସିରେ କଟାଇବୁ ବୋଲି ଏମାନେ କହିଥିଲେ। ସଂଗଠନରେ ଆଉ ଲକ୍ଷ୍ୟ ଓ ଉଦେଶ୍ୟ ନେଇ କାମ କରାଯାଉ ନାହିଁ। ନିରୀହ ଜନତାଙ୍କୁ ଟାର୍ଗେଟ କରାଯାଉଥିବା କହିବା ସହ ପୁଲିସର ଘନ ଘନ ଚଢାଉରେ ସଂଗଠନ ଅତି ଦୁର୍ବଳ ହୋଇପଡ଼ିଲାଣି। ପୁଲିସ ସମସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲା।

ad-week
Leave A Reply

Your email address will not be published.