ହିଞ୍ଜିଳିକାଟୁ ୩୧!୭ ହିଞ୍ଜିଳି ଥାନା ଅଞ୍ଚଳରେ ଚାଲିଛି ଜୁଆ ଆଡ଼ା। ସଵୁ ଜାଣି ପୁଲିସ ନିରବକୁ ନେଇ ଉଠିଛି ପ୍ରଶ୍ନ । ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ପୋଡିଙ୍ଗି ଗ୍ରାମ ଗୋପିନାଥ ଖଳା ଠାକୁରାଣୀ ମନ୍ଦିର ପରିସରରେ ଜୁଆ ଆଡ଼ା ଚାଲିଛି। ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହେଉଛି। ସାଧାରଣ ଲୋକେ ସେହି ସ୍ଥାନ ଦେଇ ଯାତାୟାତ କରିବାକୁ ଭୟ କରୁଥିବା ବେଳେ ପୋଡିଙ୍ଗି ଗ୍ରାମବାସୀ କିଭଳି ଅବସ୍ଥାରେ ଥିବେ ତାହା କାହାରିକୁ ଅଛପା ନାହିଁ।ପ୍ରତିଦିନ ବିଭିନ୍ନ ଅଞ୍ଚଳରୁ ଅଜଣା ବ୍ୟକ୍ତିଙ୍କ ସୁଅ ଛୁଟୁଛି। ଘର ଆଗରେ ରାସ୍ତା ଉପରେ ଦାମି ଦାମି ଗାଡ଼ି ରଖି ଗାଁ ନିକଟରେ ଆଡ଼ା ଜମାଉଛନ୍ତି। ଲକ୍ଷ ଲକ୍ଷ ଟଙ୍କା ଲଗାଇ ବେଆଇନ ଭାବେ ଜୁଆ ଖେଳ ହେଉଥିବା ବେଳେ ୨୦ରୁ ୩୦ ଜଣ ଜୁଆଡ଼ି ପ୍ରତିଦିନ ସେଠାକୁ ଆସୁଛନ୍ତି। ଦିନ ୧୨ଟାରୁ ଖେଳ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ଚାଲିଥିବା ସ୍ଥାନୀୟ ଲୋକେ କହିଛନ୍ତି। ମୁହଁ ଖୋଲିବାକୁ କାହାରି ସାହସ ନାହିଁ। ଯିଏ ଏହାକୁ ବିରୋଧ କରିବ କିମ୍ବା ପୁଲିସକୁ ଜଣାଇବ ତା’ ଉପରେ ଆକ୍ରମଣ କରାଯିବ ବୋଲି ଖୋଲାଖୋଲି ଧମକ ଦିଆଯାଉଛି। ଏହା ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। ନାଁ ପୋଲିସ କୁ ଭୟ ନାଁ ପ୍ରସାଶନ କୁ ଭୟ ନିର୍ଭୟରେ ଜୁଆ ଖେଳ କରାଯାଉଛି। ଜୁଆ ଆଡ଼ାକୁ ସରକାରୀ ଚାକିରିଆ, ଜନପ୍ରତିନିଧି ଆସୁଥିବା ମଧ୍ୟ ସ୍ଥାନୀୟ ଲୋକେ କହିଛନ୍ତି। ନାମୀଦାମୀ ଗାଡ଼ି ଧରି ପହଞ୍ଚି ଯାଉଛନ୍ତି ଏମାନେ। ସେତିକି ନୁହଁ ଜୁଆ ଖେଳରେ ହାରିଲେ ସେଠାରେ ଥିବା ପୋଡିଙ୍ଗି ଗ୍ରାମର ମାଷ୍ଟରମାଇଣ୍ଡ ସୁଧକୁ ଜୁଆଡ଼ିଙ୍କୁ ଟଙ୍କା ଦେଇଥାନ୍ତି। ଏହି ଅଞ୍ଚଳକୁ କୌଣସି ଲୋକଙ୍କୁ ଛଡ଼ା ଯାଇନଥାଏ। ଚାରିପଟେ କିଛି ଅସାମାଜିକ ବ୍ୟକ୍ତି ନିୟୋଜିତ ହୋଇଥିବା ଲୋକେ କହିଛନ୍ତି। ତେବେ ତୁରନ୍ତ ଜୁଆ ଆଡ଼ା ବନ୍ଦ କରିବା ସହିତ ମାଷ୍ଟରମାଇଣ୍ତକୁ ଗିରଫ କରିବାକୁ ଦାବି ହୋଇଛି।
