ରୋଟାରୀ ତରଫରୁ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ

add-all

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛତ୍ରପୁର ରୋଟାରୀ କ୍ଲବ୍ ସୌଜନ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।
କଲେଜ୍ ଅଧ୍ୟକ୍ଷ ଡ଼ଃ. ଅଜୟ କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ, ରୋଟାରୀ କ୍ଲବ୍ ସଭାପତି ଡ଼ଃ. ବିମଲ୍ ପ୍ରସାଦ ସାହୁ, ରୋଟରିୟାନ୍ ଏମ୍. ଧନଞ୍ଜୟ ରେଡ୍ଡୀ, ସ୍ୱାଗତିକା ସାମନ୍ତରାୟ, ଦ୍ୱାରିକା ପଟ୍ଟନାୟକ, ଶ୍ରୀମତୀ ଏସ୍. ରେଖା ମହାନ୍ତି, ନିରୋଦ ଚନ୍ଦ୍ର ନାୟକ, ହାଇକୋର୍ଟ ଓକିଲ ତଥା ରୋଟରିୟାନ୍ ପଦ୍ମ ଚରଣ ସାହୁ ପ୍ରମୁଖ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।
ଏହି ମହତପୂର୍ଣ୍ଣ କାର୍ଯ୍ୟକ୍ରମରେ କଲେଜ୍ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ ରୋଟାରୀ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସକ୍ରୀୟ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.