ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚଲାଣଗୁଡା ଏବଂ ତଣ୍ଡକି ପଞ୍ଚାୟତ ମୂଖ୍ୟ ରାସ୍ତାରେ ନୂତନ ଭାବେ ନିର୍ମିତ ହୋଇଥିବା କଲଭେଟ ଗୁଡିକର ମାଟି ଧସି ଯିବା ସହ କାଦୁଅ ହୋଇ ଯିବାରୁ ଯାତାୟତରେ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି l ଏହି ରାସ୍ତାରେ ଥିବା କଲଭେଟ ଗୁଡିକ ଏକ ପ୍ରକାର ମରଣଯନ୍ତା ପାଲଟି ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l ମାଲକାନଗିରି ରୁ ବିଦ୍ୟାଳୟକୁ ଆସୁଥିବା ଶିକ୍ଷକ ଓ ଅନ୍ୟାନ୍ୟ ଲୋକେ ଆସିବା ସମୟରେ ଗାଡିରୁ ପଡିଯିବାର ଭୟ ରହୁଥିବା କହିବା ସହ ଏହି ରାସ୍ତା ଦେଇ ବିଭିନ୍ନ ଗ୍ରାମରୁ ସାଇକେଲରେ ବିଦ୍ୟାଳୟକୁ ଆସୁଥିବା ଛାତ୍ରୀ ମଧ୍ୟ ଅସୁଵିଧାର ସନମୁଖୀନ ହେଉଥିବା ଶିକ୍ଷକ ଶିକ୍ଷୟତ୍ରି କହିଛନ୍ତି l ବହୁ ସମୟରେ ବାଇକ ଚାଳକ ମାନେ ଏହି ରାସ୍ତାରେ ପଡି ଆହତ ହେଉଥିବା ନଜିର ରହିଛି l ଏହି ବିଷୟରେ ତଣ୍ଡକି ସରପଞ୍ଚକୁ ପଚାରିବାରୁ ସେ ବର୍ତମାନ ମୁଖ୍ୟ ରାସ୍ତାରେ ନିର୍ବାଚନ ପୂର୍ବରୁ ନିର୍ମାଣ ହୋଇଥିବା କଲଭେଟ ଗୁଡିକର ମାଟି ଧସି ଯାଇଥିବାରୁ ଯେଉଁଭଳି ଅବସ୍ଥା ଅଛି ବାଇକରେ ଯାଉଥିବା କିଛି ଲୋକ ପଡିଯାଇ ଆହତ ହୋଇଛନ୍ତି ତା ସହ ଏହି ରାସ୍ତାରେ ଆମ୍ବୁଲାନ୍ସ ମଧ୍ୟ ଆସିବା କଷ୍ଟକର ହୋଇପଡୁଛି l ତଣ୍ଡିକି ସରପଞ୍ଚ ଏବଂ ଏଠାକାର ସ୍ଥାନୀୟ ବାସିନ୍ଦା ଜିଲ୍ଲା ପ୍ରଶାସନ ଯଥା ଶୀଘ୍ର ଏଥି ପ୍ରତି ଦୃଷ୍ଟି ଦେଇ ରାସ୍ତା ମରାମତି କରିବା ପାଇଁ ଦାବି କରିଛନ୍ତି l
