ଇନ୍ଦ୍ରାବତୀ ଜଲଭଣ୍ଡାରରେ ଜଲସ୍ତର 631.2ମିଟରରେ ପହଞ୍ଚିଲା

add-all

ନବରଙ୍ଗପୁର : ଇନ୍ଦ୍ରାବତୀ ଜଲଭଣ୍ଡାରରେ ଜଲସ୍ତର ବଢ଼ି 631.2ମିଟରରେ ପହଂଚିଥିବା ନେଇ ସୂଚନା ଦେଇଛି ଜିଲ୍ଲା ଜରୁରୀ କାଳୀନ ଵିଭାଗ |
ଲଗାଣ ବର୍ଷା ଫଳରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳ ସ୍ତର ବୃଦ୍ଧି ପାଇଛି। ବର୍ତ୍ତମାନ ଜଳଭଣ୍ଡାର ର ଜଳ ସ୍ତର 631.2 ମିଟର ରେ ପହଂଚିଛି। ଏହାର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 642.00 ମିଟରରହିଛି। ବର୍ତ୍ତମାନ ଜଳଭଣ୍ଡାର ମଧ୍ୟରେ 293.563 କ୍ୟୁବିକ୍ ମିଟର ଜଳ ପ୍ରବାହିତ ହେଉଥିବା ବେଳେ 68.090 କ୍ୟୁବିକ ମି ଜଳ ନିଷ୍କାସିତ ହେଉଥିବା ଜିଲ୍ଲା ଜରୁରୀ କାଳୀନ ଵିଭାଗ ପକ୍ଷରୁ ସୂଚନା ମିଳିଛି ।

ad-week
Leave A Reply

Your email address will not be published.