ଏନେଇ ପ୍ରଶ୍ନ କଲେ ଆସିକା ବିଧାୟକ ସରୋଜ ପାଢ଼ୀ….
ଵ୍ରହ୍ମପୁର : ଆସିକା ସହର ରେ ଦୈନଦିନ ବାହାରୁଥିବା ବର୍ଜ୍ୟ ଜଳ ନିଷ୍କାସନ ଉପରେ ପ୍ରଶ୍ନ କଲେ ବିଧାୟକ ସରୋଜ କୁମାର ପାଢ଼ୀ l ଆସିକା ଏନ ଏ ସିର ନାଳ ଗୁଡ଼ିକ ର ବର୍ଜ୍ୟ ଜଳ ପରିଚାଳନା ନକରି ସିଧା ସଳଖ ଋଷିକୂଲ୍ୟା ଓ ବଡ଼ ନଦୀରେ ମିଶୁଛି l ଏହି ବର୍ଜ୍ୟ ଜଳ ନିଷ୍କାସନ ଓ ପରିଚାଳନା ନିମନ୍ତେ ସରକାର ପକ୍ଷରୁ କେଉଁ ପଦକ୍ଷେପ ନିଆଯାଇଛି l ପରିବେଶ ପ୍ରଦୃଷଣ ରୋକିବା ପାଇଁ କୌଣସି ନଦୀ ବା ଜଳାଶ୍ରୟରେ ବର୍ଜ୍ୟ ଜଳ ନିଷ୍କାସନକୁ ମାନ୍ୟବର ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି ) ଅନୁଯାୟୀ ନିଷେଧ କରାଯାଇଛି l ଆସିକା ଏନ ଏ ସି ପକ୍ଷରୁ ବର୍ଜ୍ୟ ଜଳ ନିଷ୍କାସନ ନିମନ୍ତେ ସେପ୍ଟିକି ଟ୍ୟାଙ୍କିରୁ ନିର୍ଗତ ବର୍ଜ୍ୟଜଳ ନାଳ ରେ ନମିଶିବ ସେଥି ପ୍ରତି ଧ୍ୟାନ ଦିଆଯାଉଛି l ଏଥି ପାଇଁ ୧୦ କିଲୋ ଲିଟର ର ଉପଚାର କ୍ଷମତା ବିଶିଷ୍ଟ ଏକ ମଳ ଉପଚାର କେନ୍ଦ୍ର ସ୍ଥାପନ କରାଯାଇ କାର୍ଯ୍ୟକାରି ହେଉଛି l ଏହା ପରେ ମଧ୍ୟ ଧୂସର ଜଳ ପରିଚାଳନା ନିମନ୍ତେ ବର୍ଜ୍ୟ ଜଳ ବିଶୋଧନ ପାଇଁ ୧୨ ଗୋଟି ସ୍ଥାନ ନିରୂପଣ କରାଯାଇ ନିର୍ମାଣ କାର୍ଯ୍ୟ ଚାଲୁଛି l ନାଲଗୁଡିକରୁ ପଙ୍କ ଉଦ୍ଧାର ଏବଂ ପ୍ରଶସ୍ତ କରିବା ପାଇଁ ବିହିତ ପଦକ୍ଷେପ ନିଆ ଯାଇଛି l ଆସିକା ସହର ର ବନ୍ୟା ଜଳ ନିଷ୍କାସନ ର ମାଷ୍ଟର ପ୍ଲାନ କରିବା ନିମନ୍ତେ ୭୩ ଲକ୍ଷ ଟଙ୍କା ର ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି ବୋଲି ବିଧାନସଭା ରେ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ପ୍ରକାଶ କରିଛନ୍ତି l କିନ୍ତୁ ବାସ୍ତବରେ ସହରର ବର୍ଜ୍ୟ ଜଳ ସୁନାମ୍ବ ଜଗନ୍ନାଥ ମନ୍ଦିର ସାହି, ନୋଳିଆ ସାହି, ଓଡ଼ିଆ ସାହି, ଲାଲାଗୋର୍ଜି ଛକ, ମୁନି ସାହି, ତ୍ରିବେଧେଶ୍ୱେର ଘାଟ, ମସଜିଦ ଆଗ ଗଳି, ଖମ୍ବେଶ୍ୱେରୀ ପାଟଣାର ସମସ୍ତ ନାଳ ର ବର୍ଜ୍ୟ ଜଳ ଋଷିକୂଲ୍ୟା ନଦୀରେ ଦୀର୍ଘ ବର୍ଷ ହେଲା ଛଡ଼ାଯାଉଛି l ମାନ୍ୟବର ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ର ଆଇନକୁ ଖୋଲା ଉଲଘଂନ କରୁଛି ଏନ ଏ ସି l ତୁରନ୍ତ ଏହି ନାଳ ଗୁଡିକର ବର୍ଜ୍ୟ ଜଳ ପରିଚଲାନା କରି ଭୂ ତଳ ଜଳ ସଂରକ୍ଷଣ ପ୍ରତି ଧ୍ୟାନ ଦେବାକୁ ବିଧାୟକ ଦାବୀ କରିଛନ୍ତି। ଉଭୟ ନଦୀ ଗର୍ଭ ଏହି ଦୂଷିତ ଜଳ ନିଷ୍କାସନ ହେଉଥିବା ଯୋଗୁଁ ଅପରିଷ୍କାର ସହ ନଈ କୂଳ ରେ ବସବାସ କରୁଥିବା ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାର ଚର୍ମ ରୋଗ ହେଉଥିବା ବହୁ ଦିନ ହେଲା ଚର୍ଚ୍ଚା ହୋଇ ଆସୁଛି ।
