ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନେଇ ପ୍ରଶ୍ନ ଉଠାଇଲେ ପ୍ରମିଳା ମଲ୍ଲିକ

add-all

ଭୁବନେଶ୍ବର: ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ  ଶୂନ୍ୟକାଳରେ ସଙ୍ଗୀନ ଅଭିଯୋଗ ଉଠାଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନେଇ ସରକାରଙ୍କୁ ଉଠାଇଲେ ପ୍ରଶ୍ନ। ସେ କହିଛନ୍ତି, ଜଣେ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲାର ତଦନ୍ତ ଚାଲିଥିବା ବେଳେ କିପରି ସେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହୋଇପାରିଲେ ? କିଏ ତାଙ୍କୁ ନିଯୁକ୍ତି ଦେଲେ ? ସେ ପୁଣି ଖୋଦ୍ ମନ୍ତ୍ରୀଙ୍କ ଜିଲ୍ଲା ବଲାଙ୍ଗୀର ଅଞ୍ଚଳରେ ଆର ଆଇ ଦୁର୍ନୀତିରେ ଏହି ଓଏଏସ ଅଧିକାରୀ ଜଣଙ୍କ ସମ୍ପୃକ୍ତ ଥିଲା ଯାହା ଏବେ ତାଙ୍କ ବିରୁଦ୍ଧରେ ତଦନ୍ତ ଚାଲିଛି । ମୋ ନିକଟରେ ଯାହା ତଥ୍ୟ ରହିଛି।

ରାଜସ୍ୱ,ସାଧାରଣ ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବଗତ ନାହିଁ ? କେମିତି ଏ ବେଆଇନ ନିଯୁକ୍ତି ହେଲା ? ନା ବଦଳାଇ ବା ସରକାର ନିୟମ ପରିବର୍ତ୍ତନ କରିଦେଲେ କି ? ମୁଖ୍ୟମନ୍ତ୍ରୀ ଓ ସାଂସଦୀୟ ବ୍ୟାପାର ମନ୍ତ୍ରୀ ତାର ସ୍ପଷ୍ଟୀକରଣ ରଖନ୍ତୁ।

ad-week
Leave A Reply

Your email address will not be published.