ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ: ମୁସଲିମ ପକ୍ଷ ଆବେଦନ ଖାରଜ

add-all

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ହିନ୍ଦୁ ପକ୍ଷକୁ ବଡ଼ ବିଜୟ ହାସଲ ହୋଇଛି। ଶାହି ଇଦଗାହ ମସଜିଦ ଟ୍ରଷ୍ଟ ପକ୍ଷରୁ କରା ଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ଆଗକୁ ମସଜିଦ ଉଚ୍ଛେଦକୁ ନେଇ ହିନ୍ଦୁ ପକ୍ଷ କରିଥିବା ଆବେଦନ ଉପରେ ବିଚାର ଚାଲିବ।
ପ୍ରକାଶ ଥାଉକି, ମଥୁରାରେ ଥିବା ଶ୍ରୀକୃଷ୍ଣ ଜନ୍ମଭୂମିରେ ଥିବା 13.37 ଜମିକୁ ନେଇ ବିବାଦ ଲାଗି ରହିଛି। ଏହି ଜମିରେ ଥିବା କେଶବଦେବ ମନ୍ଦିରକୁ ଭାଙ୍ଗି ଶାହି ଇଦଗାହ ମସଜିଦ ନିର୍ମାଣ କରା ଯାଇଥିବା ହିନ୍ଦୁ ପକ୍ଷରୁ ଅଭିଯୋଗ ହୋଇ ଆସୁଛି। ମୋଗଲ ରାଜା ଔରଙ୍ଗଜେବଙ୍କ ଶାସନ କାଳରେ ଏପରି ଉଚ୍ଛେଦ କରାଯାଇଥିବା ହିନ୍ଦୁ ପକ୍ଷଙ୍କ ଦାବି ରହୁଛି।
ତେଣୁ ଏଠାରୁ ମସଜିଦ ହଟାଯିବା ସହ ହିନ୍ଦୁ ମନ୍ଦିରର ରକ୍ଷଣା ବେକ୍ଷଣ ଓ ପୂଜାର୍ଚ୍ଚନା ପାଇଁ ଅନୁମତି ଦେବାକୁ ହିନ୍ଦୁ ପକ୍ଷରୁ ଆହ୍ଲାବାଦ ହାଇକୋର୍ଟରେ ଆବେଦନ ହୋଇଥିଲା। କିନ୍ତୁ ମସଜିଦ ପକ୍ଷରୁ ଏହାକୁ ଚ୍ୟାଲେଞ୍ଜ କରାଯାଇଥିଲା। ଏ ଉପରେ ମୋଟ 15ଟି ଆବେଦନ ଆବେଦନ କରାଯାଇଥିଲା।
ଜୁନ୍ 6ରେ ସମସ୍ତ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ଆହ୍ଲାବାଦ ହାଇକୋର୍ଟ। ଆଜି ଜଷ୍ଟିସ ମୟଙ୍କ କୁମାର ଜୈନଙ୍କ ଏକକ ଖଣ୍ଡପୀଠ ଏହି ମାମଲା ଉପରେ ରାୟ ପ୍ରକାଶ କରିଛନ୍ତି।
ମୁସଲିମ ପକ୍ଷଙ୍କ ଆବେଦନକୁ କୋର୍ଟ ଖାରଜ କରି ଦେଇ ଥିବାବେଳେ ଆଗକୁ ହିନ୍ଦୁ ପକ୍ଷର ଆବେଦନ ଉପରେ ଶୁଣାଣି ଚାଲିବ ବୋଲି କୋର୍ଟ କହିଛନ୍ତି।

ad-week
Leave A Reply

Your email address will not be published.