ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନେଇ ଉଠିଲା ପ୍ରଶ୍ନ

add-all

ଭୁବନେଶ୍ୱର : ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବୁଧବାର ଶୂନ୍ୟକାଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବ୍ୟକ୍ତିଗତ ସଚିବଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି, ଜଣେ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲାର ତଦନ୍ତ ଚାଲିଥିବା ବେଳେ କିପରି ସେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହୋଇପାରିଲେ। କିଏ ତାଙ୍କୁ ନିଯୁକ୍ତି ଦେଲେ। ମନ୍ତ୍ରୀଙ୍କ ଜିଲା ବଲାଙ୍ଗୀର ଅଞ୍ଚଳରେ।

ସେ ଆରଆଇ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ମୋ ନିକଟରେ ଯାହା ତଥ୍ୟ ରହିଛି, ଏବେ ତାଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଚାଲିଛି। ରାଜସ୍ବ, ସାଧାରଣ ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ବିଷୟରେ ଅବଗତ ନାହାନ୍ତି। କେମିତି ଏ ବେଆଇନ ନିଯୁକ୍ତି ହେଲା। ମୁଖ୍ୟମନ୍ତ୍ରୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେ ଦାବି କରିଛନ୍ତି।

ad-week
Leave A Reply

Your email address will not be published.