ଲକ୍ଷାଧିକ ଟଙ୍କା ସହ ଧରାପଡିଲେ ବିଡିଓ

add-all

ଧର୍ମଗଡ : ୭ ଲକ୍ଷ ଟଙ୍କା ସହ ଧରାପଡିଲେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ । ବିଡ଼ିଓ ଶ୍ରୀମତୀ କାର୍ତ୍ତିକ ଭବାନୀପାଟଣାରୁ ଗୋଲାମୁଣ୍ଡା ଫେରୁଥିବା ବେଳେ ଜାରିଂ ଛକ ନିକଟରେ ଜୟପୁର ଭିଜିଲାନ୍ସ  ଅତିରିକ୍ତ ଏସପି ଅରୁଣ ନାଏକଙ୍କ ନେତୃତ୍ୱରେ ଜୟପୁର ଏବଂ ନବରଙ୍ଗପୁର ଭିଜିଲାନ୍ସ ଟିମ୍ ତାଙ୍କ ଗାଡିକୁ ଅଟକାଇଥିଲେ। ଗାଡି ତନଖିବେଲେ ପ୍ରାୟ ୫ ଲକ୍ଷରୁ ଅଧିକ ଟଙ୍କା ଭିଜିଲାନ୍ସ ଟିମ୍ ଜବତ କରିଥିବା ଜଣା ପଡିଛି। କେଉଁ ସୂତ୍ରରୁ ଟଙ୍କା ଆଣିଛନ୍ତି ସେନେଇ ବିଡ଼ିଓ ସ୍ପଷ୍ଟ କରିପାରୁନଥିବା ସୂଚନା ମିଳିଛି।

ତାଙ୍କ ବିରୁଦ୍ଧରେ ପୂର୍ବରୁ ମଧ୍ୟ ଦୁର୍ନୀତି ଅଭିଯୋଗ ଥିଲା। କସାଗୁମୁଡ଼ା ବ୍ଲକରେ ଅର୍ଥ ଆତ୍ମସାତ ଅଭିଯୋଗରେ ସେ ନିଲମ୍ବିତ ହେଇଥିବା କୁହାଯାଉଛି। ସେହିଭଳି ତେନ୍ତୁଳିଖୁଣ୍ଟି ବିଡ଼ିଓ ଏବଂ ଗୁଣୁପୁର ତହସିଲଦାର ଥିବାବେଳେ ମଧ୍ୟ ତାଙ୍କ ବିରୁଦ୍ଧରେ ସମାନ ଅଭିଯୋଗ ହେଇଥିଲା। ତେବେ ଗୋଲାମୁଣ୍ଡା ବିଡ଼ିଓଙ୍କୁ ଏତେ ଟଙ୍କା ସହିତ ଭିଜିଲାନ୍ସ ଧରିବା ଘଟଣା ଅଧିକାରୀ ମହଲରେ ଆଲୋଡନ ସୃଷ୍ଟି କରିଛି।

ad-week
Leave A Reply

Your email address will not be published.