ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ବନ୍ଧା ହେଲେ ଶିକ୍ଷକ…

add-all

ମାଲକାନଗିରି :ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ କନ୍ୟାଶ୍ରମ ଛାତ୍ରୀନିବାସରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏହି ସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରୀକୁ ସେହି ସ୍କୁଲର ଗଣିତ ଶିକ୍ଷକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା ବେଳେ ଏହି ଘଟଣାରେ ସମ୍ପୃକ୍ତ ଗଣିତ ଶିକ୍ଷକଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା ଜାରୀ ରହିଛି । ସୂଚନା ଅନୁଯାୟୀ ଗୁରୁବାର ରାତି ପ୍ରାୟ ୧୨ଟାରେ ଏହି ସ୍କୁଲର ବିଜ୍ଞାନ ଓ ଗଣିତ ଶିକ୍ଷକ ଦୀପକ କୁମାର ନାୟକ ସେହି ସ୍କୁଲର ଜଣେ ଅନ୍ତେବାସୀ ଛାତ୍ରୀଙ୍କୁ ନିଜ ରୁମ୍ କୁ ଡାକିଥିଲେ। ସେଠାରେ ଛାତ୍ରୀ ଜଣଙ୍କୁ ଅସଦାଚାରଣ କରିବା ସହ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ପରେ ଛାତ୍ରୀ ଜଣକ ଭୟଭୀତ ଅବସ୍ଥାରେ ହଷ୍ଟେଲ ୱାଡେନଙ୍କୁ ସବୁକଥା ଜଣାଇଥିଲେ। ପରେ ସକାଳେ ଏ ନେଇ ସ୍କୁଲ କତୃପକ୍ଷ ଓ ପୀଡିତାଙ୍କ ଅଭିଭାବକ ଜାଣିବା ପରେ ଆଜି କାଲିମେଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କାଲିମେଳା ପୋଲିସ ପକ୍ଷ୍ୟରୁ ଏକ ଟିମ୍ ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.