ଆସନ୍ତା ୪ ରେ କନ୍ଧମାଳ ମିଡିଆ ଫୋରମର ନିର୍ବାଚନ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ପଞ୍ଜୀକୃତ କନ୍ଧମାଳ ମିଡିଆ ଫୋରମର ନିର୍ବାଚନ ଚଳିତ ମାସ ୪ ତାରିଖରେ ଜିଲ୍ଲା ପ୍ରେସ କ୍ଲବ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ବୋଲି ସଂଘର ବରିଷ୍ଠ ଉପଦେଷ୍ଟା ଗୋପାଳ କୃଷ୍ଣ ପଟ୍ଟନାୟକ ସୂଚନା ଦେଇଛନ୍ତି l ପ୍ରକାଶ ଥାଉ କି ଗତ ମାସ ୨୩ ତାରିଖରେ କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ବରିଷ୍ଠ ଉପଦେଷ୍ଟା ଗୋପାଳ କୃଷ୍ଣ ପଟ୍ଟନାୟକ, ଶିବାନନ୍ଦ ପଟ୍ଟନାୟକ, ତ୍ରିନାଥ ସାହୁ, ଅଜିତ ମହାରଣାଙ୍କ ପରାମର୍ଶରେ ପୂର୍ବତନ ସାଧାରଣ ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କ ଆହ୍ଵାନ କ୍ରମେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ସର୍ବ ସମ୍ମତି କ୍ରମେ ପୂର୍ବତନ କମିଟିକୁ ଭଙ୍ଗ କରାଯାଇ ନୁତନ କମିଟି ଗଠନ ପାଇଁ ନିର୍ବାଚନ ହେବା ପର୍ଯ୍ୟନ୍ତ ତିନି ବରିଷ୍ଠ ଉପଦେଷ୍ଟାଙ୍କୁ ଦାୟିତ୍ବ ଦିଆଯାଇଥିଲା l
ଗତ ବୈଠକରେ ଉପସ୍ଥିତ ସଭ୍ଯ ମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ସନ୍ତୋଷ କୁମାର ଦିଗାଲ, ଉପସଭାପତି ବୈଦ୍ଯ ନାଥ ନାୟକ, ପ୍ରଶାନ୍ତ ପଣ୍ଡା, ସୂର୍ଯ୍ୟନାରାୟଣ ବେହେରା, ରମେଶ ଚନ୍ଦ୍ର ପ୍ରଧାନ, ଉପଦେଷ୍ଠା ଅଜିତ ମହାରଣା, ତ୍ରିନାଥ ସାହୁ, ଆଇନ ଉପଦେଷ୍ଟା ସତ୍ୟ ନାରାୟଣ ବେହେରା, ଶିବ ବିଶ୍ଵାଳ, ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ପଟ୍ଟନାୟକ,ବିମଳ ନାୟକଙ୍କ ସମେତ କୋଷାଧକ୍ଷ ପ୍ରଶାନ୍ତ ଜେନା, ଶିବରାମ ନାୟକ, ଶିବ ନାୟକ ଏବଂ ସହସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ। ପ୍ରମୁଖ ଉପସ୍ଥିତ ରହି ଆଗାମୀ ନିର୍ବାଚନ ସମ୍ବନ୍ଧରେ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।

ad-week
Leave A Reply

Your email address will not be published.