ସମସ୍ତଙ୍କୁ ସଚେତନ କରାଯାଉଛି, ଖୁବ୍ ଶୀଘ୍ର ସ୍କୁଲଗୁଡ଼ିକୁ ତାଗିଦ୍ କରାଯିବ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

add-all

ଭୁବନେଶ୍ବର: ସ୍କୁଲକୁ ଛାତ୍ରଛାତ୍ରୀ ଦୁଇ ଚକିଆ ଯାନ ନେଇ ଆସିବା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ସଚେତନ କରାଯାଉଛି। ଖୁବ୍ ଶୀଘ୍ର ସ୍କୁଲଗୁଡ଼ିକୁ ତାଗିଦ୍ କରାଯିବ। ଏନେଇ ବିଭାଗୀୟ ଅଧିକାରୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ। ଛାତ୍ରଛାତ୍ରୀ ଦୁଇ ଚକିଆ ଯାନ ନେଇ ଆସିବା ଦ୍ୱାରା ଦୁର୍ଘଟଣାର ଶିକାର ହେଉଛନ୍ତି।

ଆମ ସରକାର ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେଉଛନ୍ତି। ଏଦୃଷ୍ଟିରୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ମଧ୍ୟ ଏହାକୁ ଲାଗୁ କରିବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି।

ad-week
Leave A Reply

Your email address will not be published.