ଭୂସ୍ଖଳନର ୪ ଦିନ ପରେ ଜୀବନ୍ତ ଉଦ୍ଧାର ହେଲେ ୪ ଜଣ

add-all

ୱାୟନାଡ ଭୂସ୍ଖଳନର ଦୁଃଖଦ ପରିସ୍ଥିତି ମଧ୍ୟରେ ଏକ ଖୁସି ଖବର ସାମ୍ନାକୁ ଆସିଛି। ଉଦ୍ଧାରାକୀ ଟିମ୍ ୪ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣେ ମହିଳା ଥିବାବେଳେ ୨ ଜଣ ପୁରୁଷ ଅଛନ୍ତି।

ସୂଚନା ଅନୁସାରେ, ଆଜି ଭାରତୀୟ ସେନା ୱାୟନାଡରେ ଉଦ୍ଧାର କରିବା ସମୟରେ କୁନୁରୁ ୪ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛି। ହେଲିକପ୍ଟର ସାହାଯ୍ୟରେ ଅତି ସାବଧାନତାର ସହ ସେମାନଙ୍କୁ ଉଦ୍ଧାର କରାଯାଇଛି। 

ଉଦ୍ଧାର ହୋଇଥିବା ଦୁଇ ଜଣ ମହିଳାଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଗୋଡ଼ରେ ଆଘାତ ଲାଗିଥିବା କୁହାଯାଉଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ଅନ୍ୟମାନେ ସୁସ୍ଥ ଅଛନ୍ତି। କୁଢ କୁଢ ଶବ ମଧ୍ୟରେ ଚାରି ଜଣ ଜୀବନ୍ତ ଉଦ୍ଧାର ହେବା ନିଶ୍ଚିତ ରୂପେ ଖୁସି ଖବର।

ସେପଟେ ୩୦୮ ଜଣଙ୍କ ମୃତଦେହ ଉଦ୍ଧାର ହେଲାଣି। ଏବେ ବି ମାଟି ତଳେ ଜୀବନ ଥିବା ଆଶାରେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି ଉଦ୍ଧାରକାରୀ ଟିମ୍। ଭାରତୀୟ ସେନା,  NDRF, କୋଷ୍ଟଗାର୍ଡ ଏବଂ ଭାରତୀୟ ନୌସେନା ମିଳିତ ଭାବେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି।

ପ୍ରକାଶ ଥାଉକି, ଜୁଲାଇ ୨୯ ରାତିରେ ୱାୟନାଡର ପାହାଡିଆ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଏହା ପରେ ଭୂସ୍ଖଳନ ହେବାରୁ ପାଞ୍ଚଟି ଗାଁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ବିଧ୍ୱସ୍ତ ହୋଇ ଯାଇଛି। ଭୂସ୍ଖଳନ ସାଙ୍ଗକୁ ବନ୍ୟାରେ ଶତାଧିକ ଲୋକ ଭାସି ଯାଇଛନ୍ତି। ମୁଣ୍ଡାକ୍କାଇ ଏବଂ ଚୁରାଲମାଲାରେ ୩୦୦ରୁ ଅଧିକ ଘର ମାଟିରେ ମିଶି ଯାଇଥିବା କୁହାଯାଉଛି। ଏସବୁ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। 

ad-week
Leave A Reply

Your email address will not be published.