ବିଷ ପିଇ ଜୀବନ ହରିବାକୁ ଉଦ୍ୟମ କରୁଥିଲେ ପରିବାର ୩ ସଦସ୍ୟ, ମୁମୂର୍ଷୁ ଅବସ୍ଥା ଉଦ୍ଧାର

add-all

କଟକ : ଗୋଟିଏ ଘରୁ ପରିବାରର ତିନି ଜଣ ସଦସ୍ୟଙ୍କୁ ମୁର୍ମୁଷ ଅବସ୍ଥା ଉଦ୍ଧାର କଲା ପୋଲିସ । କଟକ ସିଡିଏ ସେକ୍ଟର ୬ ଅଞ୍ଚଳରେ ଏକ ଘର ଭିତରେ ବାପା ମା ଓ ପୁଅକୁ ଉଦ୍ଧାର କରିଛି ମର୍କତନଗର ଥାନା ପୋଲିସ । ବିଷ ପିଇ ତିନିଜଣ ଜୀବନ ହରିବାକୁ ଉଦ୍ୟମ କରିଥିଲେ। ଉଦ୍ଧାର ପରେ ୩ ଜଣଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତିନି ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ କଟକ ସିଡିଏ ସ୍ଥିତ ମର୍କନଗର ଥାନା ଅଞ୍ଚଳ ଭଡ଼ାରେ ରହୁଥିଲେ ପରିବାର । ଘର ଭଡ଼ା ଟଙ୍କାକୁ ନେଇ ଚିନ୍ତାରେ ଥିଲେ ପରିବାର। ଗତ କାଲି ଘର ଛାଡ଼ିବା ପାଇଁ ଘର ମାଲିକଙ୍କ ସହ କଥାବାର୍ତ୍ତା ହୋଇଥିଲା। ପ୍ରତି ମାସରେ ଭଡ଼ା ଦେଇ ପାରୁ ନ ଥିଲେ, ପୂର୍ବରୁ ମଧ୍ୟ ଜୀବନ ହରିବାକୁ ଚେତାବନୀ ଦେଇଥିଲେ ପରିବାରବର୍ଗ ବୋଲି ପ୍ରତିକ୍ରିୟା ରଖିଛନ୍ତି ଘର ମାଲିକ। ଏ ନେଇ ଦୁଇ ମାସ ତଳେ ସ୍ଥାନୀୟ ଥାନାକୁ ମଧ୍ୟ ଅବଗତ କରିଥିଲେ ଘର ମାଲିକ। ତେବେ ଆଜି ଘର ଭିତରୁ ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ଉଦ୍ଧାର କରିବା ପରେ ଘଟଣା ସ୍ଥଳରେ ପହଞ୍ଚିଲା ସାଇନ୍ତିଫିକ ଟିମ୍। ବର୍ତ୍ତମାନ ତଦନ୍ତ ଜାରି ରହିଛି ।

ad-week
Leave A Reply

Your email address will not be published.