ରସାୟନ ବିଜ୍ଞାନ ପ୍ରଫେସରଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା…

ଆସିକା ତା ୨/୮ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ଷ୍ଟାଫ୍ କ୍ଳବ ସେକ୍ରେଟାରୀ ଡ. ସ୍ମିତାରାଣୀ ପଣ୍ଡାଙ୍କ ତତ୍ତ୍ବାବଧାନରେ ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଜନାର୍ଦ୍ଦନ ସାହୁଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସାତ ବର୍ଷର ଅବଧି ମଧ୍ୟରେ ପ୍ରଫେସର ସାହୁ ନ୍ୟସ୍ତ ହୋଇଥିବା ମହାବିଦ୍ୟାଳୟର ସମସ୍ତ କାର୍ଯ୍ୟରେ ସାହାଯ୍ୟ, ସହଯୋଗ କରିଛନ୍ତି ଏବଂ ଅନେକ ଥର ଭାରପ୍ରାପ୍ତ ଅଧ୍ୟକ୍ଷ ଦାଇତ୍ବ ମଣ୍ଡନ କରିଛନ୍ତି। ସେ ଜଣେ ଅମାୟିକ, ସରଳ, ନିଷ୍କପଟ, ମିଷ୍ଟଭାଷି, ସମୟାନୁବର୍ତ୍ତିତା, ଆନ୍ତରିକତା, ମେଳାପୀ, ଛାତ୍ରବତ୍ସଳ, କାର୍ଯ୍ୟକୁଷଳୀ, ସ୍ବଳ୍ପଭାଷୀ, ଦାୟୀ୍ତ୍ବବାନ୍ ଏବଂ ଧୌର୍ଯ୍ୟବାନ୍ ବ୍ୟକ୍ତିତ୍ବର ଅଧିକାରୀ ଥିଲେ। ସଭା ମଧ୍ୟରେ ରସାୟନ ବିଭାଗରୁ ଅନେକ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରିପାରିଥିବା ଅନ୍ତରଙ୍ଗ ବନ୍ଧୁଙ୍କୁ ବିଦାୟ ଦେଇଥିବା କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ବୃନ୍ଦ ସହଜରେ ଗ୍ରହଣ କରିପାରିନଥିବା ଭଳି ଭାବପ୍ରବଣତାର ନଜିର ସୃଷ୍ଟି ହୋଇଥିଲା।

ad-week
Leave A Reply

Your email address will not be published.