ରାଜ୍ୟରେ ଉପୁଜିନି ବନ୍ୟା ସ୍ଥିତି, ଅତ୍ୟଧିକ ବର୍ଷା ଯୋଗୁଁ ମାଲକାନଗିରିରେ କ୍ଷୟକ୍ଷତି ହୋଇଛି

add-all

ଭୁବନେଶ୍ୱର: ବଙ୍ଗୋପସାଗରରେ ଶନିବାର ଆଉ ଏକ ଲଘୁଚାପ ସୃଷ୍ଟି ହେବାରୁ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ଉପରେ ଏହି ଲଘୁଚାପ କେନ୍ଦ୍ରୀଭୂତ ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ତେବେ ରାଜ୍ୟରେ ଏବେ ସୁଦ୍ଧା ବନ୍ୟା ସ୍ଥିତି ଉପୁଜିନଥିବା କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି।

ଭକ୍ତରଞ୍ଜନ ମହାନ୍ତିଙ୍କ କହିବା ଅନୁସାରେ, ନଦୀ ଗୁଡ଼ିକ ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ଅତ୍ୟଧିକ ବର୍ଷା ଯୋଗୁଁ କେବଳ ମାଲକାନଗିରିରେ କ୍ଷୟକ୍ଷତି ହୋଇଛି। ବୈତରଣୀ, ବୁଢ଼ାବଳଙ୍ଗ ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ସେହିପରି ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲା ହୋଇଛି। ହୀରାକୁଦରୁ ମୋଟ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ତଥାପି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି ବନ୍ୟା ପରିସ୍ଥିତି କିମ୍ବା ଉଦବେଗଜନକ ସ୍ଥିତି ଉପୁଜି ନାହିଁ। ନଦୀ ଗୁଡ଼ିକ ବିପଦ ସଂକେତ ତଳେ ପ୍ରବାହିତ ହେଉଥିବା ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି।

ସେହିପରି ମହାନଦୀ ଉପର ମୁଣ୍ଡରେ ଯେହେତୁ ଆଭରେଜ୍ ୩୦ ମିଲିମିଟର ଉପରେ ରେନ୍ ଫଲ ହେଇଛି । ତେଣୁ ଆହୁରି ୮ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି। ତେବେ ରାଜ୍ୟରେ ବର୍ତ୍ତମାନ ମୌସୁମୀ ରେଖା ସକ୍ରିୟ ରହିଥିଲେ ସୁଦ୍ଧା ଏବେ ବି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଶନିବାର ବିଭିନ୍ନ ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଥିଲା ବେଳେ ପାରଳାଖେମୁଣ୍ଡିରେ ତାପମାତ୍ରା ସର୍ବାଧିକ ୩୩.୫ ଡିଗ୍ରୀ ରେକର୍ଡ କରାଯାଇଛି।

ad-week
Leave A Reply

Your email address will not be published.