ଲୋକଙ୍କୁ କାମ ଦେବାକୁ ସରକାରଙ୍କ ବ୍ଲୁ-ପ୍ରିଣ୍ଟ୍, ଆସନ୍ତା ପାଞ୍ଚ ବର୍ଷରେ ଲୋପ ପାଇବ ଦାଦନ ସମସ୍ୟା

add-all

ଭୁବନେଶ୍ୱର: ଲୋକଙ୍କୁ କାମ ଦେବାକୁ ସରକାରଙ୍କ ବ୍ଲୁ-ପ୍ରିଣ୍ଟ୍ । ମାଟି ଖୋଳିବେ ରାଜ୍ୟ ସରକାର, ମାଟି ବୋହିବେ ଲୋକେ। ଏପରି ଭାବେ ଗାଁ ଗାଁରେ ଲୋକଙ୍କୁ କାମ ଦେବାକୁ ଯୋଜନା କରିଛି ପଞ୍ଚାୟତିରାଜ ବିଭାଗ। ଏହା ଦ୍ବାରା ଦାଦନ ସମସ୍ୟାକୁ ଆସନ୍ତା ପାଞ୍ଚ ବର୍ଷରେ ଲୋପ କରିବାକୁ ଯୋଜନା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ। ଆଗାମୀ ସମୟରେ ଦାଦନ ମୁକ୍ତ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ଜେସିବି ଦ୍ୱାରା ମାଟି ଖୋଳାଯିବ। ମନରେଗା ଜରିଆରେ ଗାଁ ଗାଁରେ ୩୦୦ ଦିନିଆ କାମ ଦିଆଯିବ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୩୦ଟି ବ୍ଲକ ଚି଼ହ୍ନଟ କରାଯାଇଛି। ଏଥିଲାଗି ଏକ ରିସର୍ଚ୍ଚ ଟିମ ମଧ୍ୟ ଗଠନ କରାଯାଇଛି। ଏହି ଟିମ୍ ଗାଁ ଗାଁ ବୁଲି ଅନୁଧ୍ୟାନ କରିବେ। ସେହିପରି ଆମ ରାଜ୍ୟର ଲୋକେ କାହିଁକି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ସେ ଉପରେ ଅନୁଧ୍ୟାନ କରିବ ଏହି ରିସର୍ଚ୍ଚ ଟିମ।

ad-week
Leave A Reply

Your email address will not be published.