ଚପଲ ଓ ଫୋନ୍ ରଖି ମହାନଦୀକୁ ଡେଇଁପଡିଲେ ମହିଳା

add-all

କଟକ: କଟକ ଜୋବ୍ରା ବ୍ୟାରେଜରୁ ରବିବାର ଦିନ ଜଣେ ମହିଳା ମହାନଦୀକୁ ଡେଇଁ ପଡିଥିବା ଜଣାପଡିଛି।

ସୂଚନାନୁସାରେ, ସେ ବ୍ୟାଗ, ଚପଲ ଏବଂ ମୋବାଇଲ୍ ଫୋନ୍ ରଖି ନଦୀକୁ ଡେଇଁପଡିଛନ୍ତି। ତାଙ୍କୁ ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକ ମିଶି ଉଦ୍ଧାର କରିଥିଲେ। ଯାହାପରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଜୀବନ ଯାଇଛି।

ତେବେ ତାଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିନଥିଲା ବେଳେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ ତାହା ଅସ୍ପଷ୍ଟ।

ସୂଚନାଯୋଗ୍ୟ, ଗତ ୫ ଦିନ ମଧ୍ଯରେ କାଠଯୋଡ଼ି ଓ ମହାନଦୀକୁ ଡେଇଁ ୪ଜଣ ଜୀବନ ହାରିସାରିଲେଣି।

ad-week
Leave A Reply

Your email address will not be published.