ଅଲିମ୍ପିକ୍ସ ହକି: ସେମିଫାଇନାଲରେ ଭାରତ

add-all

ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ରବିବାର ଭାରତୀୟ ହକି ଦଳ କ୍ୱାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନକୁ ସୁଟ୍‌ଆଉଟ୍‌ରେ ପରାଜିତ କରିଛି। ଏହି ବିଜୟ ସହିତ ଭାରତ ସେମି ଫାଇନାଲରେ ପହଞ୍ଚିଛି। ଭାରତ ଅଗଷ୍ଟ ୬ରେ ସେମିଫାଇନାଲ ଖେଳିବ। ଏହା ସହିତ ଭାରତ ହକିରେ ପଦକ ପାଇବାକୁ ମଧ୍ୟ ନିଶ୍ଚିତ କରିଛି।

ଦ୍ବିତୀୟ କ୍ବାଟରର ଶେଷ ହେବାକୁ ୮ ମିନିଟ୍ ବାକିଥିବାବେଳେ ଅଧିନାୟକ ହରମାନପ୍ରୀତି ସିଂ ବିଟ୍ରେନ ବିପକ୍ଷରେ ଗୋଲ୍ କରି ଭାରତୀୟ ଦଳକୁ ୧-୦ର ଅଗ୍ରଣୀ ଦେଇଥିଲେ।

ତେବେ ବିଟ୍ରେନ୍ ଦ୍ବିତୀୟ କ୍ବାଟର ଶେଷ ହେବାକୁ ୩ ମିନିଟ୍ ଥିବାବେଳ ଲି ମାର୍ଟୋନ୍ ଭାରତ ବିରୋଧରେ ଗୋଲ୍ ଦେଇ ସ୍ଥିତିକୁ ୧-୧କୁ ଆଣିଥିଲେ। ତେବେ ସୁଟ୍‌ଆଉଟ୍‌ରେ ଭାରତୀୟ ହକି ଦଳ ୪ ଗୋଲ୍ କରିଥିବାବେଳେ ଗ୍ରେଟ ବ୍ରିଟେନ ୨ ଗୋଲ୍ କରିବାକୁ ସକ୍ଷମ ହୋଇଥିଲା।

ad-week
Leave A Reply

Your email address will not be published.