୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ, ସ୍ଥିର ଅଛି ଜଳସ୍ତର

ସମ୍ବଲପୁର: ସ୍ଥିର ଅଛି ଜଳସ୍ତର। ହୀରାକୁଦରେ ୧୪ଟି ଗେଟ ଖୋଲିବାରୁ ଜଳସ୍ତର ବଢିଛି। କାରଣ ଆମେ ଜଳଭଣ୍ଡାରକୁ ୬୧୦ ଫୁଟ ଯାଏଁ ରଖିବାକୁ ଚେଷ୍ଟା କରିଛୁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି।

୧୪ଟି ସ୍ବିସ ଗେଟରେ ବନ୍ୟା ଜଳ ନିଷ୍କାସନ ହେଉଛି। କେନାଲ ଓ ପାୱାର ଚାନେଲ ଅଢେଇ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଉଛି। ସେତିକି ଜଳ ବି ପଶୁଛି। ଗତକାଲି ଦୁଇଟି ପର୍ୟ୍ୟାୟରେ ୮ଟି ଗେଟ୍ ଖୋଲାଯାଇଛି। ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବାବେଳେ ଦୁଇଟି ପର୍ୟ୍ୟାୟ ୪ ଲେଖାଏଁ ଗେଟ୍ ଖୋଲିଛି। ଫଳରେ ଏବେ ମୋଟ୍ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ ଲକ୍ଷ ୪୬ ହଜାର ୧୮୮ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୨ ଲକ୍ଷ ୪୬ ହଜାର ୧୮୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ଆସନ୍ତାକାଲି ସକାଳ ୧୧ଟା ରେ ଏହା ମୁଣ୍ଡଳୀରେ ପ୍ରବେଶ କରିବ। ୩ ଲକ୍ଷ କ୍ୟୁସେକ ଜଳରେ ବନ୍ୟା କରିବ ନାହିଁ। ରେଙ୍ଗାଲି ଉପରମୁଣ୍ଡରେ ୨୨ ମିଳିମିଟର ବର୍ଷା ହୋଇଛି। ଏଥିରେ ରେଙ୍ଗାଲି ଓ ବ୍ରାହ୍ମଣୀ ଜଳ ଭଣ୍ଡାରରେ ସ୍ଥିତି ସୁଧୁରିଛି। ତେଣୁ କେଉଁଠି ବି ବନ୍ୟା ନାହିଁ କି ସ୍ଥିତି ବି ଉପୁଜିନି। ଅନ୍ୟ ସବୁ ନଦୀରେ ଜଳସ୍ତର କମୁଛି। ଆଗାମୀ ଦୁଇ ଦିନରେ ବ୍ରାହ୍ମଣୀ, ବୈତରଣୀ ଓ ବୁଢାବଳଙ୍ଗରେ ବର୍ଷା ଦେଖାଉଛି। ତେଣୁ ଆଗୁଆ ସଜାଗ ଅଛୁ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ।

ad-week
Leave A Reply

Your email address will not be published.