ପ୍ରଶାନ୍ତ କିଶୋରଙ୍କ ବଡ଼ ଘୋଷଣା: ଅକ୍ଟୋବର ୨ରେ ଗଠନ ହେବ ନୂଆ ରାଜନୀତିକ ଦଳ

add-all

ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେ କରିଛନ୍ତି ବଡ଼ ଦାବି। ଆସନ୍ତା ଅକ୍ଟୋବର ୨ରେ ବିହାରର ଲୋକମାନେ ଗୋଟିଏ ନୂଆ ରାଜନୀତି ଦଳ ଗଠନ କରିବେ। ସେମାନେ ଜେଡିୟୁ, ଆରଜେଡି ଓ ବିଜେପି ଭଳି ଦଳକୁ ନେଇ ବିରକ୍ତ ହୋଇଗଲେଣି। ଏହି କୂଟିଳଚକ୍ରକୁ ଶେଷ କରିବା ପାଇଁ ବିହାରବାସୀ ନିଷ୍ପତ୍ତି ନେଇଥିବା ଆଜି ପ୍ରଶାନ୍ତ କିଶୋର ଦାବି କରିଛନ୍ତି।

ଦୁଇ ବର୍ଷ ହେଲା ଜନ ସୁରାଜ ଯାତ୍ରା କରୁଥିବା ପ୍ରଶାନ୍ତ କିଶୋର ପାଟନାରେ ଆୟୋଜିତ କାର୍ଯ୍ୟକ୍ରମ ପରେ କହିଛନ୍ତି ଯେ ଅକ୍ଟୋବର ୨ରେ ବିହାରରେ ନୂଆ ଦଳ ଗଠନ ହେବାକୁ ଯାଉଛି। ତାଙ୍କ ଜନ ସୁରାଜ କାର୍ଯ୍ୟକ୍ରମ ଗୋଟିଏ ରାଜନୀତିକ ଦଳର ରୂପ ନେଉଥିଲେ ହେଁ ସେଥିରେ ପ୍ରଶାନ୍ତ କିଶୋରଙ୍କର କୌଣସି ଭୂମିକା ନାହିଁ ବୋଲି ସେ କହିଛନ୍ତି।

ଅକ୍ଟୋବର ୨ରେ ବିହାରର ୧ କୋଟି ଲୋକ ସେମାନଙ୍କ ପିଲାମାନଙ୍କ ଉତ୍ତମ ଭବିଷ୍ୟତ ପାଇଁ ନୂଆ ରାଜନୀତିକ ଦଳ ଗଠନ କରିବାକୁ ଯାଉଥିବା କହିଛନ୍ତି। ସେମାନେ ୩୦ ବର୍ଷ ଧରି ରାଜ୍ୟରେ ଜାରି ରହିଥିବା ଲାଲୁ ପ୍ରସାଦ ଯାଦବ, ନୀତୀଶ କୁମାର ଓ ବିଜେପି ଶାସନକୁ ମୁକୁଳିବାକୁ ଚାହୁଁଛନ୍ତି ପିକେ ମତ ରଖିଛନ୍ତି। 

ନୂଆ ପ୍ରୟାସରେ ତାଙ୍କ ଭୂମିକା ଅପରିବର୍ତ୍ତିତ ରହିବ। ପ୍ରଥମଥର ପାଇଁ ବିହାରର ଲୋକମାନେ ଏକାଠି ହୋଇ ସରକାର ଗଠନ କରିବାକୁ ଯାଉଥିବା ପ୍ରଶାନ୍ତ କିଶୋର କହିଛନ୍ତି।

ସେ କହିଛନ୍ତି, “ପ୍ରଶାନ୍ତ କିଶୋର ଅକ୍ଟୋବର ୨ରେ ନୂଆ ରାଜନୀତିକ ଦଳ ଗଠନ କରୁ ନାହାନ୍ତି। କିନ୍ତୁ ବିହାରର ୧ କୋଟି ଲୋକ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନୂଆ ଦଳ ଗଠନ କରିବାକୁ ଯାଉଛନ୍ତି। ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଭୂମିକା ଯାହା ଥିଲା ଏବେ ବି ସେୟା ରହିବ। ବିହାରରେ ପ୍ରଥମଥର ପାଇଁ ଲୋକମାନେ ଏକାଠି ହୋଇଛନ୍ତି ଓ ନୂଆ ରାଜନୀତିକ ଦଳ ଗଠନ କରିବାକୁ ଯାଉଛନ୍ତି।”

ad-week
Leave A Reply

Your email address will not be published.