ନୂଆଖାଇ ପାଇଁ ବାହାରିଲା ଶୁଭ ଲଗ୍ନ

add-all

ବଲାଙ୍ଗୀର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ। ଚଳିତ ଥର ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସେପ୍ଟେମ୍ବର ୮ତାରିଖ ସକାଳ ୯ଟା ୩୫ରୁ ୧୦ଟା ୭ ଭିତରେ ନବାନ୍ନ ଲାଗି ପାଇଁ ଶୁଭ ଲଗ୍ନ ଧାର୍ଯ୍ୟ ହୋଇଛି।

ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟିରେ ନିଷ୍ପତ୍ତି ହୋଇଛି।

ପ୍ରଥମେ ଇଷ୍ଟଦେବୀଙ୍କୁ ଲଗ୍ନପତ୍ର ଦେବା ପରେ ଗାଁ ଗାଁକୁ ପ୍ରେରଣ କରାଯିବ। ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ହୋଇଥିବା ବେଳେ ଏହି ପର୍ବରେ ସମସ୍ତେ ମିଶି ଏକାଠି ନୂଆ ଖାଇଥାନ୍ତି।

ad-week
Leave A Reply

Your email address will not be published.