ଶେଖ୍ ହସିନାଙ୍କ ଇଂଲଣ୍ଡ ଯିବା ରାସ୍ତା ବନ୍ଦ

add-all

ବ୍ୟାପକ ହିଂସା ପରେ ଦେଶ ଛାଡି ପଳାଇ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆଉ କିଛି ଦିନ ଭାରତରେ ରହିପାରନ୍ତି। ସେ ଏଠାରୁ ଇଂଲଣ୍ଡ ଯିବା ନେଇ ଯେଉଁ ଯୋଜନା ଚାଲିଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ। ତେଣୁ ସେ ଆଉ କିଛି ଦିନ ଭାରତରେ ରହିବାର ସମ୍ଭାବନା ରହିଛି। 

ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଦେଶରେ ବ୍ୟାପକ ହିଂସା ପରେ ଗତକାଲି ଇସ୍ତଫା ଦେବା ପରେ ସନ୍ଧ୍ୟାରେ ଭାରତରେ ପହଞ୍ଚି ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ସେନାର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀର ହିଣ୍ଡେନ ଏୟାରବେସରେ ଅବତରଣ କରିଥିଲେ। ଏହା ପୂର୍ବରୁ ସେ ଭାରତ ସରକାରଙ୍କଠାରୁ ଅନୁମତି ମାଗିଥିଲେ।

ସେଠାରେ ତାଙ୍କ ରହିବାର ସମସ୍ତ ବ୍ୟବସ୍ତା କରାଯାଇଥିଲା। ବର୍ତ୍ତମାନ ସେ ଭାରତର ଏକ ସୁରକ୍ଷିତ ଗୃହରେ ଅଛନ୍ତି। ଏହିଠାରୁ ସେ ଲଣ୍ଡନ ଯାଇପାରନ୍ତି ବୋଲି କୁହାଯାଉଥିଲା। ସେଠାରେ ତାଙ୍କ ଭଉଣୀ ଶେଖ ରେହାନା ଜଣେ ବ୍ରିଟିଶ ନାଗରିକ ହୋଇଥିବାରୁ ହସିନା ତାଙ୍କ ପାଖରେ ବ୍ରିଟେନରେ ଆଶ୍ରୟ ନେବାର ଯୋଜନା ଥିଲା। କିନ୍ତୁ ବର୍ତ୍ତମାନ ତାଙ୍କର ସେଠାକୁ ଯିବାର ରାସ୍ତା ବନ୍ଦ ହୋଇ ଯାଇଛି। 

ବ୍ରିଟେନରେ ଶରଣାର୍ଥୀଙ୍କ ପାଇଁ ଥିବା ଆଶ୍ରୟ ନିୟମ ଅନୁସାରେ, ହସିନାଙ୍କ ପାଇଁ ସେଠାକୁ ଯିବାର ରାସ୍ତାରେ ପ୍ରତିବନ୍ଧକ ସାଜିପାରେ। ବ୍ରିଟେନର ଦେଶାନ୍ତର ଆଇନ ଅନୁସାରେ, ଯଦି କେହି ଆଶ୍ରୟ ନେବାକୁ କିମ୍ବା ଅସ୍ଥାୟୀ ଭାବେ ଆଶ୍ରୟ ପାଇଁ ଦେଶକୁ ଆସନ୍ତି, ତେବେ ତାଙ୍କୁ ରହିବା ପାଇଁ ସେପରି କୌଣସି ବ୍ୟବସ୍ଥା ନାହିଁ। ଏହି ନିୟମ ଆଧାରରେ ହସିନା ବ୍ରିଟେନ ଯାଇନପାରନ୍ତି। 

ad-week
Leave A Reply

Your email address will not be published.