ପ୍ରଧାନ ବିଚାରପତିଙ୍କୁ ହତ୍ୟା ଧମକ, ମାମଲା ରୁଜୁ

add-all

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ହତ୍ୟା ଧମକ। ସିଜେଆଇ ଜିଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡଙ୍କୁ ଜୀବନରେ ମାରିଦେବାକୁ ମିଳିଛି ହତ୍ୟା ଧମକ। ସୁପ୍ରିମକୋର୍ଟଙ୍କ କୋଟା ଭିତରେ କୋଟା ନିଷ୍ପତ୍ତିରେ ଅସନ୍ତୋଷ ହୋଇ ଜଣେ ବ୍ୟକ୍ତି ସୋଶାଲ ମିଡିଆରେ ପୋଷ୍ଟ ଲେଖି ଏଭଳି ଧମକ ଦେଇଛନ୍ତି। ଏହାପରେ ପୁଲିସ ସମ୍ପୃକ୍ତି ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଛି।

ଏସସି/ଏସଟି ମଧ୍ୟରେ ସାମାଜିକ ତଥା ଆର୍ଥିକ ଦୃଷ୍ଟିରୁ ଅଧିକ ପଛୁଆ ଜାତି ପାଇଁ ସୁପ୍ରିମକୋର୍ଟ ସଂରକ୍ଷଣ ଭିତରେ ସବ୍‌କ୍ୟାଟେଗୋରୀ ତଥା କୋଟା ଭିତରେ କୋଟା ଅନୁମୋଦନ କରିଛନ୍ତି। ଅନେକ ରାଜନୈତିକ ଦଳ ମଧ୍ୟ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଏହି ନିଷ୍ପତ୍ତି ବିଷୟରେ ଏକ ବିତର୍କ ଚାଲିଛି।

ଏସବୁ ମଧ୍ୟରେ ମଧ୍ୟପ୍ରଦେଶର ବେତୁଲ ନିବାସୀ ପଙ୍କଜ ଅତୁଲକର ନାମକ ଜଣେ ବ୍ୟକ୍ତି ଫେସବୁକ ପୋଷ୍ଟରେ ସେ ସିଜେଆଇଙ୍କୁ ହତ୍ୟା କରିବେ ବୋଲି ଲେଖି ଧମକ ଦେଇଛନ୍ତି। କେବଳ ସେତିକି ନୁହେଁ ସେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଲୋକଙ୍କୁ ଦାସ କରିବାକୁ’ ନିଷ୍ପତ୍ତି ନେଇଛନ୍ତି, ଯାହା ସମ୍ବିଧାନର ଉଲ୍ଲଂଘନ ଅଟେ ବୋଲି କହିଛନ୍ତି।

ଧମକ ଖବର ସାମ୍ନାକୁ ଆସିବା ପରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିବା ବେତୁଲ ପୋଲିସ କହିଛି। ବେତୁଲ ଗଞ୍ଜ ପୁଲିସ ଷ୍ଟେଶନ ଦାୟିତ୍ୱରେ ଥିବା ରବିକାନ୍ତ ଦହେରିଆ କହିଛନ୍ତି, ଭାରତୀୟ ନ୍ୟାୟ ସଂହିତା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ସମ୍ପୃକ୍ତ ବିଭାଗ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।

ad-week
Leave A Reply

Your email address will not be published.