ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ; ଜଣେ ମୃତ ଓ ୬ ଗୁରୁତର

add-all

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ଏକ ଘରୋଇ ପ୍ଲାଣ୍ଟରେ ମଙ୍ଗଳବାର ଦିନ ବିଷାକ୍ତ କାର୍ବନ ମନୋକ୍ସାଇଡ ଗ୍ୟାସ ଲିକ ହେବା ଯୋଗୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି।

ପ୍ରାଥମିକ ସୂଚନା ଅନୁଯାୟୀ, ଝାରସୁଗୁଡା ଜିଲ୍ଲାର ବୁଢୀପଦର ସ୍ଥିତ ଓଡ଼ିଶା ମେଟାଲିକ୍ ପ୍ରାଇଭେଟ ଲିମିଟେଡର ୟୁନିଟରେ କାର୍ବନ ମନୋକ୍ସାଇଡ୍ ଗ୍ୟାସ ଲିକ ହେବା ପରେ ଜଣେ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ବିଷାକ୍ତ ଗ୍ୟାସ ଦ୍ୱାରା ଗୁରୁତର ହୋଇପଡିଥିବା ଅନ୍ୟ ୬ ଜଣଙ୍କୁ ଚିକିତ୍ସା ପାଇଁ ଝାରସୁଗୁଡାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ଯବସ୍ଥା ଗୁରୁତର ଥିବା ଜଣାପଡିଛି।

ଏହି ଦୁର୍ଘଟଣା ପରେ କାରଖାନା ପରିସରରେ ଶ୍ରମିକ ମହଲ ରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ମୃତ ଠିକା ଶ୍ରମିକଙ୍କ ନାମ ବରୁଣ ହୋଇଥିବା ବେଳେ ତାଙ୍କ ଘର ବ୍ରଜରାଜନଗର ଥାନା ଅନ୍ତର୍ଗତ କେଛୋବାହାଲ ବୋଲି ଜଣାପଡିଛି।

ତେବେ ପ୍ଲାଣ୍ଟ ବାହାରେ ପୋଲିସ ନିୟୋଜିତ ହୋଇଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.