ହସିନାଙ୍କ ଭବିଷ୍ୟତ ସଂପର୍କରେ ପୁଅ ଜୋୟଙ୍କ ବଡ଼ ବୟାନ

add-all

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ନିଜ ପଦରୁ ଇସ୍ତଫା ଦେବା ପରଠାରୁ ଭାରତରେ ଅଛନ୍ତି। କିନ୍ତୁ ଏହା ପରେ ସେ କେଉଁଆଡ଼େ ଯିବେ, ବ୍ରିଟେନ୍ ଓ ଆମେରିକା ମଧ୍ୟ କାହିଁକି ହସିନାଙ୍କ ନିଜ ଦେଶ ପାଇଁ ଦ୍ୱାର ବନ୍ଦ କରିଦେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏବେ ଶେଖ ହସିନାଙ୍କ ପୁଅ ସଜିବ ୱାଜେଦ ଜୋୟ ତାଙ୍କ ମା’ଙ୍କ ଦେଶ ଫେରିବା ଘୋଷଣା କରି ସମସ୍ତଙ୍କୁ ଚକିତ କରିଛନ୍ତି। ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହୋଇ କ୍ୟାବିନେଟ୍ ଶପଥ ନେବାକୁ ଯାଉଥିବା ବେଳେ ସଜିବ ଏହି ଘୋଷଣା କରିଛନ୍ତି। ଏହାବ୍ୟତୀତ ବାଂଲାଦେଶବାସୀ ହସିନାଙ୍କୁ ଫେରାଇ ଆଣିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।
ବାଂଲାଦେଶରେ ଗଣତନ୍ତ୍ର ପୁନରୁଦ୍ଧାର ହେବା ପରେ ତାଙ୍କ ମା’ ତାଙ୍କ ଦେଶକୁ ଫେରିବେ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପୁଅ ଦାବି କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ଦେଶରେ ଅଶାନ୍ତି ସୃଷ୍ଟି କରିବା ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ରହିଛି। ପିଟିଆଇକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଜୟ କହିଛନ୍ତି ଯେ ୭୬ ବର୍ଷୀୟ ହସିନା ନିଶ୍ଚିତ ଭାବେ ବାଂଲାଦେଶ ଫେରିବେ, କିନ୍ତୁ ସେ ଜଣେ ଅବସରପ୍ରାପ୍ତ ନେତ୍ରୀ ଭାବେ ଫେରିବେ ନା ଜଣେ ସକ୍ରିୟ ନେତ୍ରୀ ଭାବେ ଫେରିବେ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଶେଖ୍ ମୁଜିବ (ଶେଖ୍ ମୁଜିବୁର୍ ରେହମାନ) ପରିବାରର ସଦସ୍ୟମାନେ ସେମାନଙ୍କ ଲୋକଙ୍କୁ ଛାଡିବେ ନାହିଁ କିମ୍ବା ବିପନ୍ନ ଆୱାମୀ ଲିଗ୍କୁ ନିରାଶ୍ରୟ ଛାଡ଼ିବେ ନାହିଁ।

ad-week
Leave A Reply

Your email address will not be published.