ବାଂଲାଦେଶରେ ଭାରତୀୟ ଭିସା ଆବେଦନ କେନ୍ଦ୍ର ବନ୍ଦ

add-all

ନୂଆଦିଲ୍ଲୀ : ବାଂଲାଦେଶରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ। ଦେଶରେ ଚାଲିଥିବା ହିଂସା ମଧ୍ୟରେ ଭାରତୀୟ ଭିସା କେନ୍ଦ୍ରକୁ ବନ୍ଦ ରଖାଯାଇଛି। ପରବର୍ତ୍ତୀ ସୂଚନା ନ ଆସିବା ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି ଏକ ନୋଟିସରେ ଜାରି କରାଯାଇଛି।
ଭାରତୀୟ ଭିସା ଆବେଦନ କେନ୍ଦ୍ର ୱେବସାଇଟରେ ସୂଚନା ଦେଇଛି ଯେ, କେବେ ଭିସା କେନ୍ଦ୍ର ଖୋଲାଯିବ, ସେନେଇ SMS ଜରିଆରେ ଜଣାଇ ଦିଆଯିବ ଏବଂ ପରବର୍ତ୍ତୀ କାର୍ଯ୍ୟ ଦିବସରେ ପାସପୋର୍ଟ ସଂଗ୍ରହ କରାଯିବ।
ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଢାକାରେ ଥିବା ଭାରତୀୟ ଉଚ୍ଚ ଆୟୋଗର ୧୯୦ ଜଣ ଅଣ-ଅତ୍ୟାବଶ୍ୟକ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଭାରତକୁ ସ୍ଥାନାନ୍ତର କରାଯାଇଥିଲା
କର୍ମଚାରୀଙ୍କ ସ୍ଥାନାନ୍ତର ପରେ ଭିସା ଆବେଦନ କେନ୍ଦ୍ର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ନେଇ ଘୋଷଣା କରାଯାଇଛି। କିନ୍ତୁ କୌଣସି କୂଟନୀତିଜ୍ଞ ଭାରତ ପ୍ରତ୍ୟାବର୍ତ୍ତନ କରିନାହାନ୍ତି। ସେମାନେ ସେଠାରେ ଅଛନ୍ତି ଏବଂ ସ୍ଥିତି ଉପରେ ନଜର ରଖିଛନ୍ତି।

ad-week
Leave A Reply

Your email address will not be published.