କ୍ରମାଗତ ଅଷ୍ଟମ ଥର ପାଇଁ ରେପୋ ରେଟକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ

add-all

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣି ଥରେ ରେପୋ ରେଟ୍ (ସୁଧ ହାର) ଅପରିବର୍ତ୍ତିତ ରଖିଛନ୍ତି। ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମୁଦ୍ରା ନୀତି କମିଟି ବୈଠକରେ ଆରବିଆଇ ଏହି ନିଷ୍ପତ୍ତି ନେଇଥିବା କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି।
ଏହାର ଅର୍ଥ ହେଉଛି ଆପଣଙ୍କ ଋଣ କିସ୍ତି ବଢିବ ନାହିଁ କି ହ୍ରାସ ପାଇବ ନାହିଁ। ପୂର୍ବରୁ ସୁଧ ହାର ଯେତିକି ଥଲା ଏବେ ବି ସେତିକି ରହିବ। କ୍ରମାଗତ ଅଷ୍ଟମ ଥର ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ରେଟକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ଦେଶରେ ଦରଦାମ ହାର ଏବେ ମଧ୍ୟ ଆରବିଆଇ ଦ୍ୱାରା ଧାର୍ଯ୍ୟ ୨-୬% ମଧ୍ୟରେ ରହିଛି। ଗତ ଜୁନ ମାସରେ ଖୁଚୁରା ମହଙ୍ଗା ହାର ଚାରି ମାସରେ ସର୍ବାଧିକ ଉଚ୍ଚସ୍ତର ୫.୦୮ ପ୍ରତିଶତରେ ରହିଥିଲା। ତେଣୁ ଯେ ପର୍ଯ୍ୟନ୍ତ ମହଙ୍ଗା ହାର ତାଳକୁ ଖସି ନାହିଁ ସେ ପର୍ଯ୍ୟନ୍ତ ରେପୋ ରେଟ୍ ଖସିବାର କୌଣସି ସମ୍ଭାବନା ନାହିଁ।

ad-week
Leave A Reply

Your email address will not be published.