ୱାୟନାଡ ସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ

add-all

ୱାୟନାଡ : ଭୂସ୍ଖଳନରେ ଛାରଖାର ହୋଇ ଯାଇଥିବା କେରଳର ୱାୟନାଡ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରଧାନମନ୍ତ୍ରୀ ୱାୟନାଡର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ପ୍ରଥମେ ଆକାଶମାର୍ଗରୁ ଭୁସ୍ଖଳନ ଉତ୍ପତ୍ତି ସ୍ଥଳ ଓ ଧ୍ୱସ୍ତ ବିଧ୍ୱସ୍ତ ଅଞ୍ଚଳ ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ। ଧ୍ୱସ୍ତସ୍ତୁପ ପାଲଟିଥିବା ପୁଞ୍ଚୁରି ମାଟମ୍, ମୁଣ୍ଡାକାଇ ଓ ଚୁରୁଲମାଲା ଅଞ୍ଚଳର ସ୍ଥିତି ପରଖିଛନ୍ତି ପ୍ରଧାନମନ୍ତ୍ରୀ। ଏହି ସମୟରେ କେରଳ ମୁଖ୍ୟମନ୍ତ୍ରୀ ପିନରାଈ ବିଜୟନ୍ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ।
ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରେ ଚାଲି ଚାଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ କିପରି ଚାଲିଛି, ସେ ବିଷୟରେ ପଚାରି ବୁଝିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପି ମଧ୍ୟ ୱାୟନାଡ ଗସ୍ତ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ରିଲିଫ୍ କ୍ୟାମ୍ପ୍, ହସ୍ପିଟାଲରେ ଥିବା ଆହତ ଓ ମୃତକଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି। ପ୍ରବଳ ବର୍ଷା ପରେ ଭୂସ୍ଖଳନ ହେବାରୁ ୱାୟନାଡର ପାଞ୍ଚ ଖଣ୍ଡ ଗାଁ ଭାସି ଯାଇଥିଲା। ଏଥିରେ ପ୍ରାୟ ୪ ଶହ ଲୋକଙ୍କର ଜୀବନ ଯାଇଛି।

ad-week
Leave A Reply

Your email address will not be published.