ଗାଡି ପାର୍କିଂକୁ ନେଇ ଡବଲ ମର୍ଡର ଘଟଣା: ବନ୍ଧା ହେଲେ ଦୁଇ ଅଭିଯୁକ୍ତ

add-all

ଭୁବନେଶ୍ୱର: ଗାଡି ପାର୍କିଂକୁ ନେଇ ଡବଲ ମର୍ଡର ଘଟଣାରେ ବନ୍ଧା ହେଲେ ଦୁଇ ଅଭିଯୁକ୍ତ। ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ୍ ଆପାର୍ଟମେଣ୍ଟ ନିକଟ କଲ୍ୟାଣୀ ପ୍ଲାଜାରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ। ତେବେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଦ୍ଵାରା ବ୍ୟବହାର ହୋଇଥିବା ବାଇକକୁ ପୁରୀ ବସଷ୍ଟାଣ୍ଡରୁ ଜବତ କରିଛି ସ୍ପେଶାଲ ସ୍କ୍ଵାର୍ଡ।

ସୂଚନା ଥାଉକି, ୭ ତାରିଖ ରାତିରେ ପାର୍କିଂ ବିବାଦରୁ ରାଜଧାନୀରେ ଡବଲ ମର୍ଡର ହୋଇଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକ ରଶ୍ମି ରଞ୍ଜନ ସେଠୀ ଓ ସମ୍ବିତ ରାଉତ ବୋଲି ଜଣାପଡିଛି। ଗତ କିଛି ଦିନ ତଳେ କାର ପାର୍କିଂକୁ ନେଇ କଲ୍ୟାଣୀ ପ୍ଲାଜାର ମେଣ୍ଟେନାନ୍ସ ଦାୟିତ୍ଵରେ ଥିବା ବାପିଙ୍କ ସହ ଝଗଡା ହୋଇଥିଲା। ୭ ତାରିଖ ଦିନ ମଧ୍ୟ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା। ବାପି ଓ ତାଙ୍କ ସହଯୋଗୀ ମାରଣାସ୍ତ୍ରରେ ରଶ୍ମି ରଞ୍ଜନ ଓ ତାଙ୍କ ବନ୍ଧୁଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ।

ଏଥିରେ ଅନ୍ୟ ଜଣେ ମଧ୍ୟ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଭୁବନେଶ୍ଵର ଡିସିପି ବୁଧବାର ଘଟଣାସ୍ଥଳକୁ ଯାଇ ନିଜେ ଛାନଭିନ୍ କରିଥିଲେ। ତେବେ ପୋଲିସ୍ ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଆଜି ସିନ୍ ରିକ୍ରିଏସନ୍ ହେବ ବୋଲି ସୂଚନା ମିଳିଛି।

ad-week
Leave A Reply

Your email address will not be published.