ହିଣ୍ଡେନବର୍ଗ ରିପୋର୍ଟ ଉପରେ ପ୍ରତିକ୍ରିୟା ରଖିଲା ଆଦାନି ଗ୍ରୁପ୍

add-all

ସେବି ମୁଖ୍ୟଙ୍କ ପରେ ହିଣ୍ଡେନବର୍ଗର ତଦନ୍ତ ରିପୋର୍ଟକୁ ପ୍ରତ୍ୟାଖ୍ୟାନ କଲା ଆଦାନି ଗ୍ରୁପ୍। ହିଣ୍ଡେନବର୍ଗର ରିପୋର୍ଟ ଭିତ୍ତିହୀନ, ଜାଣିଶୁଣି ବଦନାମ କରିବା ଉଦ୍ଦେଶ୍ୟରେ କରାଯାଉଥିବା ଆଦାନି ଗ୍ରୁପ୍ ଅଭିଯୋଗ କରିଛି। 

ଏନେଇ ଆଦାନି ଗ୍ରୁପ୍ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି, “ହିଣ୍ଡେନବର୍ଗ ଆଇନକୁ ଅବମାନନା କରି ବ୍ୟକ୍ତିଗତ ଫାଇଦା ଉଦ୍ଦେଶ୍ୟରେ ନୂଆ ରିପୋର୍ଟ କରିଛି। ଏହି ଅଭିଯୋଗକୁ ଆମେ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରୁଛୁ। କାରଣ ସୁପ୍ରିମକୋର୍ଟରେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଅଭିଯୋଗକୁ ଭିତ୍ତିହୀନ ବୋଲି ପ୍ରମାଣିତ ହୋଇସାରିଛି।” 

ଜାନୁଆରୀ ୨୦୨୪ରେ ମାନ୍ୟବର ସୁପ୍ରିମକୋର୍ଟ ହିଣ୍ଡେନବର୍ଗର ଅଭିଯୋଗକୁ ଖଣ୍ଡନ କରି ସାରିଛନ୍ତି ବୋଲି ଆଦାନି ଗ୍ରୁପ୍ କହିଛି। ସେପଟେ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ମୁଖ୍ୟ ମାଧବୀ ପୁରୀ ବୁଚ୍ ମଧ୍ୟ ଆଦାନି ଗ୍ରୁପ୍ ସ୍କାମ ସହ ତାଙ୍କ ସମ୍ପୃକ୍ତିକୁ ଖଣ୍ଡନ କରିଛନ୍ତି। ବଦନାମ କରିବାକୁ ଚେଷ୍ଟା ଚାଲିଛି ବୋଲି ସେବି ମୁଖ୍ୟ କହିଛନ୍ତି।

ପ୍ରକାଶ ଥାଉକି, ଗତକାଲି ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ଗମ୍ଭୀର ଅଭିଯୋଗ ଆଣିଥିଲା। ଆଦାନି ଗ୍ରୁପର ସ୍କାମରେ ଜଡିତ ବିଦେଶୀ କମ୍ପାନିରେ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧବଲ ବୁଚଙ୍କ ଅଂଶଧନ (ଶେଆର୍) ରହିଥିବା ରିପୋର୍ଟରେ ପ୍ରକାଶ ପାଇଥିଲା। 

ଆଦାନୀ ଗ୍ରୁପର ବିଦେଶୀ ଅଂଶଧନ ସମ୍ପର୍କରେ ତଦନ୍ତ ପାଇଁ ସେବି ଯଥେଷ୍ଟ ଆଗ୍ରହ ନଦେଖାଇବାର ଏହା ଏକ କାରଣ ବୋଲି ହିଣ୍ଡେନବର୍ଗ ରିସର୍ଚ୍ଚ ଦାବି କରିଥିଲା। ଏହାକୁ ନେଇ ସେବି ମୁଖ୍ୟ ଏବଂ ତାଙ୍କ ସ୍ୱାମୀ ପ୍ରତିକ୍ରିୟା ରଖିବା ପରେ ଆଦାନି ଗ୍ରୁପ ହିଣ୍ଡେନବର୍ଗର ରିପୋର୍ଟକୁ ବ୍ୟକ୍ତିଗତ ଫାଇଦା ଉଦ୍ଦେଶ୍ୟରେ କରାଯାଇଥିବା କୁହାଯାଇଛି। 

ad-week
Leave A Reply

Your email address will not be published.