ବ୍ୟାପୁଛି ଝାଡ଼ାବାନ୍ତି! ଜଣେ ମୃତ, ଅନେକ ମେଡ଼ିକାଲ୍‌ରେ

add-all

ବଲାଙ୍ଗିର: ଘରକୁ ଘର ବ୍ୟାପୁଛି ଝାଡ଼ାବାନ୍ତି। ଗତ ଦୁଇ ଦିନରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଅସୁସ୍ଥ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ବର୍ଷା ଋତୁରେ ଏପରି ଖବର ଆସିଛି ବଲାଙ୍ଗିର ସଦର ବ୍ଲକ ଅଞ୍ଚଳରୁ। ଏନେଇ ଖବର ପ୍ରକାଶ ପାଇବା ପରେ ଗାଁରେ ପହଞ୍ଚିଛି ମେଡିକାଲ୍‌ ଟିମ୍‌।

ଚନ୍ଦନଭାଟି ଗାଁରେ ବ୍ୟାପୁଛି ଝାଡାବାନ୍ତି। ଶନିବାର ଉକ୍ତ ଗାଁର ସୁବଳ ମେହେର ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଭୀମଭୋଇ ମେଡିକାଲା କଲେଜ ଆଣ୍ଡ ହସ୍ପିଟାଲର ଡାଇରିଆ ୱାର୍ଡରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏବେ ସେହି ଗାଁରେ ୮ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ସେଠାରେ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି।

ଝାଡ଼ାବାନ୍ତି ବ୍ୟାପୁଥିବା ନେଇ ଖବର ପ୍ରକାଶ ପାଇବା ପରେ ଗାଁରେ ପହଞ୍ଚିଛି ମେଡ଼ିକାଲ୍‌ ଟିମ୍‌। ଆଜି ମେଡିକାଲ୍‌ ଟିମ୍‌ ଘରକୁ ଘର ବୁଲି ନମୂନା ସଂଗ୍ରହ କରୁଛି। ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି, ସେମାନଙ୍କୁ ତୁରନ୍ତ ମେଡ଼ିସିନ୍‌ ଯୋଗାଇ ଦିଆଯାଉଛି। ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି ମେଡ଼ିକାଲ୍‌ ଟିମ୍‌। ହେଲେ କେଉଁ କାରଣ ଗାଁରେ ଝାଡ଼ାବାନ୍ତି ବ୍ୟାପିଲା, ତାହା ଜଣାପଡ଼ି ନାହିଁ। ତେବେ ଅଭିଯୋଗ ହେଉଛି ଗାଁକୁ ଯୋଗାଣ ହେଉଥିବା ସୁକତେଲ ନଦୀର ପାଣି ବିଶୁଦ୍ଧ କରାଯାଉ ନାହିଁ। ସେହି ପାଣି ପିଇ ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି।

ad-week
Leave A Reply

Your email address will not be published.