ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଚାରି ଜଣଙ୍କୁ ବାହା ହୋଇଛନ୍ତି ଅଭିଯୁକ୍ତ

add-all

କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତଙ୍କ ବିରୁଦ୍ଧରେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତ ସଞ୍ଜୟ ରୟ ଚାରି ଜଣଙ୍କୁ ବିବାହ କରି ଥିବାବେଳେ ତାଙ୍କର ତିନି ଜଣ ପତ୍ନୀ ତାଙ୍କୁ ଛାଡ଼ି ଚାଲି ଯାଇଥିବା ଜଣାପଡିଛି।

ସଞ୍ଜୟଙ୍କ ପଡୋଶୀ ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏନେଇ ସୂଚନା ଦେଇଛନ୍ତି। ପଡୋଶୀଙ୍କ କହିବା ଅନୁସାରେ, ସଞ୍ଜୟ ପୂର୍ବରୁ ଚାରି ଜଣଙ୍କୁ ବାହା ହୋଇଥିଲେ। ଅତ୍ୟାଚାର କରିବାରୁ ତିନି ଜଣ ତାଙ୍କୁ ଛାଡ଼ି ପଳାଇଛନ୍ତି, ଅନ୍ୟ ଜଣଙ୍କର କ୍ୟାନସ କାରଣରୁ ମୃତ୍ୟୁ ଘଟିଛି।

ଏପରିକି ସଞ୍ଜୟ ମଧ୍ୟ ସବୁବେଳେ ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ତାରେ ଫେରନ୍ତି ବୋଲି ତାଙ୍କ ପଡ଼ୋଶୀ କହିଛନ୍ତି। ସେପଟେ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଞ୍ଜୟଙ୍କ ମାଆ। ତାଙ୍କ ପୁଅ ନିର୍ଦ୍ଦୋଶ, ସେ ପୁଲିସ ଚାପରେ ହତ୍ୟା କରିଥିବା ନେଇ କହିଥିବା ତାଙ୍କ ମାଆ କହିଛନ୍ତି।

ପ୍ରକାଶ ଥାଉକି, ଶୁକ୍ରବାର କୋଲକାତା ଆରଜି କର ମେଡିକାଲ କଲେଜର ସେମିନାର ହଲରୁ ଜଣେ ଟ୍ରେନି ଡାକ୍ତର ଙ୍କ ମୃତଦେହ ଉଦ୍ଧାର ହୋଇଥିଲା।ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣା ପଡିଥିଲା। ଏହି ମାମଲାରେ ପୁଲିସ ସଞ୍ଜୟ ରୟଙ୍କୁ ଗିରଫ କରିଥିଲା। ସେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି।

ad-week
Leave A Reply

Your email address will not be published.