ବାଇକ୍ ସହ କାର ଧକ୍କା, ୨ ଗୁରୁତର

add-all

ହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ରଜାସାହି ଛକ ନିକଟରେ ଦୂର୍ଘଟଣା ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ ବଡଗଡ ଗ୍ରାମର ଏ. ସୁରେନ୍ଦ୍ର ସରାବ (୫୬) ଓ ଏ. ସନ୍ଧ୍ୟାରାଣୀ ସରାବ (୪୮) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।‌ ସନ୍ଧ୍ୟାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ହିଞ୍ଜିଳି ପୁଲିସ ଦୂର୍ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।‌ ପ୍ରକାଶ ଯେ ଏକ କାର (ଓଆର୦୭ ଡବ୍ଳ୍ୟୁ ୦୦୨୧) ନିମିନା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ରାସ୍ତା ମଝିରେ କାର ଚାଳକ ଜଣଙ୍କ ହଠାତ୍ ଗାଡି ଦରଜା ଖୋଲି ଦେବାରୁ କାର ପ୍ବାର୍ଶ୍ବ ଦେଇ ଯାଉଥିବା ଏକ ମୋଟର ସାଇକେଲ (ଓଡି୦୭ଏଫ୍ ୭୬୯୪)ରେ ଯାଉଥିବା ବଡଗଡ ଅଞ୍ଚଳର ଜୈନିକ ଦମ୍ପତି ସହ ଧକ୍କା ଘଟିଥିଲା।‌

ad-week
Leave A Reply

Your email address will not be published.