ଜିଲ୍ଲାପାଳ ତଥା ରେଡ଼କ୍ରସ ଅଧକ୍ଷଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା…

add-all


ମାଲକାନଗିରି,୧୨/୮– ମାଲକାନଗିରି ଜିଲ୍ଲାପାଳ ତଥା ରେଡ଼କ୍ରସର ଅଧକ୍ଷଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ତାଙ୍କ ବାସଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରେଡ଼କ୍ରସର ଉପସଭାପତି ବେଦବର ପ୍ରଧାନ,ଜିଲ୍ଲା ରେଡ଼କ୍ରସର ଆବାହକ ତଥା ସମ୍ପାଦକ ଡ଼.ରଞ୍ଜନ କୁମାର ସ୍ୱାଇ,ସହକାରୀ ଜିଲ୍ଲାପାଳ ଏ ଅଶୋକ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ପାୱାରଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଶ୍ରୀ ପାୱାର କଳାହାଣ୍ଡି ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି।ଜିଲ୍ଲାରେ ଏକ ବର୍ଷ ମଧ୍ୟରେ ଜିଲ୍ଲାର ଉନ୍ନତି ନେଇ ସେ ବହୁତ କାମ କରିଛନ୍ତି।ଏପରିକି ଚଳିତ ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ କରାଇପାରିଥିଲେ।ରେଡ଼କ୍ରସର ଉନ୍ନତି ନିମନ୍ତେ ମୋବାଇଲ ହେଲଥ ୟୁନିଟର ଶୁଭାରମ୍ଭ କରିବା,୧୪୬୦ ଯକ୍ଷ୍ମା ରୋଗୀଙ୍କୁ ଖାଦ୍ୟ ବଣ୍ଟନ କରିବା,ରେଡ଼କ୍ରସର ପାଣ୍ଠି ବୃଦ୍ଧି ନେଇ ପ୍ରୟାସ କରିବା ଭଳି ଜିଲ୍ଲାର ଉନ୍ନତି ପାଇଁ କାର୍ଯ୍ୟ କରିଛନ୍ତି।

ad-week
Leave A Reply

Your email address will not be published.