ଆଳୁ ବେହାଲ କଲାଣି ସରକାର ଙ୍କୁ :ଡ଼ବଲ ଇଞ୍ଜିନ ରେ ଖାଦ୍ୟ ସାମଗ୍ରୀ ଡ଼ବଲ ଦର…!

add-all


ବ୍ରହ୍ମପୁର:୧୨-୮ ଆଳୁ ଟେନସନ ସରକାରଙ୍କ ପିଛା ଛାଡ଼ୁନି ବିଭାଗୀୟ ମନ୍ତ୍ରୀ ନାକେଦାମ।ଏପଟେ ଆଳୁ ଦରବୃଦ୍ଧି ଯୋଗୁଁ ଖାଉଟି ଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି।ଆଳୁ ଦୋଷ କେଉଁଠି ଅଛି ସରକାର ସମସ୍ୟା ଦୂର କରିବା ରେ ବିଫଳ ହୋଇଥିବା ଏବେ ଚର୍ଚ୍ଚା ଜୋର ଧରିଛି। କେତେକ ବ୍ୟବସାୟୀ ସରକାରଙ୍କୁ ଭୁଆଁ ଭୁଲାଇ ଚଢ଼ାଦରରେ ଆଳୁ କ୍ରୟ କରାଯାଉଛି, ବୋଲି ସଫେଇ ଦେବା ସହ ଆଳୁ ବସ୍ତାରେ ଅଧିକ ପଚାଶଢା ବାହୁରୁଥିବା ବାହାନା କରି ବଜାରରେ ଚଢ଼ା ଦରରେ ବିକ୍ରି କରୁଥିବା ଚର୍ଚ୍ଚା ହେଉଛି।ଏପଟେ ମନ୍ତ୍ରୀ ମହାଶୟ କେତେବେଳେ ପଶ୍ଚିମବଙ୍ଗ ତ କେବେ ଉତ୍ତର ପ୍ରଦେଶ ରୁ ଆଳୁ ରପ୍ତାନି କରାଯିବ ବୋଲି ଦୀର୍ଘ ଏକ ମାସ ହେଲା କହୁଥିଲେ ବି ଆଳୁ ଦରରେ ସୁଧାର ଆସିନାହିଁ।ଗରିବ ଖଟିଖିଆ ସବୁ ବର୍ଗର ଲୋକେ ଆଳୁ ଦର ବୃଦ୍ଧିର ଶିକାର ହେଉଛନ୍ତି। ନୂତନ ସରକାର ଗଠନ ହେବା ପରଠାରୁ ରାଜ୍ୟରେ ପନିପରିବା ଦର ହୁ ହୁ ହୋଇ ବଢ଼ିଥିଲା। ତା ପରେ ପରେ ଆଳୁ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛ। ଆଳୁ ଦର ବୃଦ୍ଧି ପୂର୍ବରୁ ଚାଉଳ, ଡ଼ାଲି,ତେଲ, ଅଟା ସହ ମସଲା ସାମଗ୍ରୀ ରେ ମଧ୍ୟ ହୁ ହୁ ଦର ବୃଦ୍ଧି ପାଇଛି। ସାଧାରଣ ଲୋକଙ୍କ ମାସିକିଆ ବଜେଟ ଅହେତୁକ ବଢ଼ିଯାଇଛି।

ad-week
Leave A Reply

Your email address will not be published.