ଯୁବ ଦିବସ ଅବସରରେ ଏଚ୍.ଆଇ.ଭି/ଏ.ଡ୍.ସ୍. ସମ୍ପର୍କିତ ନାଟକ ପ୍ରତିଯୋଗିତା

add-all

ଫୁଲବାଣୀ : ଏଚ୍.ଆଇ,ଭି ଯୌନ ସଂକ୍ରମଣ ରୋଗର ବିଶେଶ ପ୍ରଚାର ଅଭିଜାନ ର ଅଂଶସ୍ୱରୂପ ଆଜି ଯୁବ ଦିବସ-୨୦୨୪ ଅବଶରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କନ୍ଧମାଳଙ୍କ ପୃଷ୍ଟପୋଷକତାରେ ତଥା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ଭୂବନେଶ୍ୱର ଙ୍କ ସହାୟତାରେ ଜିଲ୍ଲାର ରେଡ ରିବନ କ୍ଲବ ଥିବା ମହାବିଦ୍ୟାଳୟ ମାନଙ୍କ ମଧ୍ୟରେ ଏକ ନାଟକ ପ୍ରତିଯୋଗିତା ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ଏଚ୍.ଆଇ,ଭି/ଏ.ଡ୍.ସ୍. ନିୟନ୍ତ୍ରଣ କାର୍ଯ୍ୟକ୍ରମର ନୋଡାଲ ଅଫିସର ଡାକ୍ତର ପ୍ରସନ୍ନ କୁମାର ତ୍ରିପାଠିଙ୍କ ଦ୍ୱାରା ଉଦ୍ଘାଟିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଜାତୀୟ ସ୍ୱାସ୍ଥ୍ୟ ମିଶନ କନ୍ଧମାଳର କାର୍ଯ୍ୟକ୍ରମ ପରିଚାଳକ ମନୋରଞ୍ଜନ ସାହୁ ଓ ଡି.ଏମ୍.ଆର.ସି.ଏଚ୍. ଆଶିଶ କୁମାର ମହାନ୍ତି ତଥା ୦୫ ଗୋଟି ରେଡ ରିବନ କ୍ଲବର ଅଧ୍ୟକ୍ଷ/ଅଧ୍ୟକ୍ଷା ତଥା ଆର.ଆର. ସି. ର ପରାମର୍ଶଦାତା ଉପସ୍ଥିତ ରହି ଅଂଶ ଗ୍ରହଣକାରି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତା ବିଷୟ ଗୁଦିକ ଏଚ୍.ଆଇ,ଭି/ଏ.ଡ୍.ସ୍. ସଚେତନତା ସମ୍ପର୍କିତ ଥିବା ବେଳେ ଅବଧି ୧୫ ମିନିଟ ଧାର୍ଯ୍ୟ କରାଯାଇଥିଲା । ଏଥିରେ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟ ପ୍ରଥମ, ବାଲିଗୁଡା ଆଦିବାସି ମହାବିଦ୍ୟାଳୟ ଦ୍ୱିତୀୟ ଏବଂ ଲାଇନପଡା ମହାବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ପୁରଷ୍କାର ସ୍ୱରୂପ ଯଥାକ୍ରମେ ୫୦୦୦,୩୦୦୦ ଓ ୨୦୦୦ ଟଙ୍କା ଓ ଏକ ମାନପତ୍ର ମୂଖ୍ୟ ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ । ବିଚାରକ ଭାବରେ ରାଜକିଶୋର ସିଂ , ଶିବ ରଞ୍ଜନ ଦାଶ ଓ ଗୋବିନ୍ଦ ଚନ୍ଦ୍ର ଜେନା ପରିଚାଳନା କରିଥିଲେ । ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ଜିଲ୍ଲା ଏ.ଡ୍.ସ୍. ନିୟନ୍ତ୍ରଣ କାର୍ଯ୍ୟକ୍ରମର ସୁପରଭାଇଜର୍ ଦେବାଶିଶ ମିଶ୍ର ସଂଯୋଜନା କରିଥିବା ବେଳେ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀର ସଂମ୍ପାଦକ ହରି ଶଙ୍କର ରାଉତ ଓ ଲକ୍ଷଭେଦି ପ୍ରକଳ୍ପ ସଂଯୋଜକ ବିଶ୍ୱ ରଞ୍ଜନ କର ସହାୟତା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ସୀତା ରଣା, ସ୍ନେହଲତା ନାୟକ ଓ ଏଲକେନା ନାୟକ ସହେଯାଗ କରିଥିଲେ ।

ad-week
Leave A Reply

Your email address will not be published.