ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ

add-all

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ଆରମ୍ଭ ହେଲା ତ୍ରିରଙ୍ଗା ଯାତ୍ରା।ଉମରକୋଟ ବଡ଼ଭରଣ୍ଡୀ ସ୍ଥିତ ବଗା ପୂଜାରୀ ସହିଦ ସ୍ତମ୍ଭ ଠାରୁ ଏକ ବିଶାଳ ବାଇକ ରାଲୀରେ ବାହାରି ଗୋପବନ୍ଧୁ ଛକ ଠାରେ ପହଞ୍ଚି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ନେଇ ଏକ ପଦ ଯାତ୍ରା ମାଧ୍ୟମରେ ସହର ର ଗାନ୍ଧୀ ଛକ ପର୍ଯ୍ୟନ୍ତ ଯାଇଥିଲେ। ଏହି ସମୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ତ୍ରିରଙ୍ଗା ଯାତ୍ରା ରେ ସାମିଲ ହୋଇଥିଲେ। ଅନ୍ୟପଟେ ମନ୍ତ୍ରୀ କହିଥିଲେ ସମସ୍ତ ଙ୍କ ମନରେ ଯେପରି ରାଷ୍ଟ୍ର ପ୍ରେମ ଜାଗ୍ରତ ହେବ ରାଷ୍ଟ ପାଇଁ ଯେମିତି ସମସ୍ତେ ଚିନ୍ତା କରିବେ, ଯେଉଁମାନେ ଦେଶ ରାଷ୍ଟ୍ର ପାଇଁ ବଳିଦାନ ଦେଇଛନ୍ତି ସେହି ମହାପୁରୁଷ ମାନଙ୍କ ଯେପରି ଉଚିତ ସନ୍ନମାନ ମିଳିବ ସେଥିପାଇଁ ଏହି ତ୍ରିରଙ୍ଗା ଯାତ୍ରା ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ର ମୂଳ ଲକ୍ଷ ବୋଲି କହିଛନ୍ତି ମନ୍ତ୍ରୀ।

ad-week
Leave A Reply

Your email address will not be published.