ଶ୍ରୀକ୍ଷେତ୍ରକୁ ଗମନା ଗମନା ସୁଗମ କରିବା ପାଇଁ ଭୁବନେଶ୍ୱର-ପୁରୀ ରାସ୍ତା ହେବ ୬ ଲେନ୍‌

add-all

୪ ଧାମ ଭିତରୁ ଅନ୍ୟତମ ଧାମ ହେଉଛି ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କ ଏହି ପୀଠକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଆସୁଛନ୍ତି। ଶ୍ରଦ୍ଧାଳୁଙ୍କ ଗମନା ଗମନାକୁ ସୁଗମ କରିବା ପାଇଁ ୪ ଲେନ୍‌ ବିଶିଷ୍ଟ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥକୁ ୬ ଲେନ୍‌ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିବା ପରେ ଆଜି ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶ୍ରୀକ୍ଷେତ୍ରକୁ ଗମନା ଗମନା ସୁଗମ କରିବା ପାଇଁ ୪ ଲେନ୍‌ ବିଶିଷ୍ଟ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ହେବ ୬ ଲେନ୍‌। ଏଥିସହ ରାସ୍ତାର ଦୁଇ ପାର୍ଶ୍ୱରେ ସର୍ଭିସ୍‌ ରୋଡ୍‌ ତିଆରି ହେବ। ଏଥିପାଇଁ ଖର୍ଚ୍ଚ ହେବ ୧୮୦୦ କୋଟି ଟଙ୍କା। ସେହିପରି ୮ ଲେନ୍‌ ହେବ ବଡ଼ବିଲ-ଚଣ୍ଡିଖୋଲ ଜାତୀୟ ରାଜପଥ(ଏନ୍‌ଏଚ୍‌)। ପ୍ରାୟ ୨୦୦ କିମି ବିଶିଷ୍ଟ ରାସ୍ତା ବଡ଼ବିଲ-ଚଣ୍ଡିଖୋଲ ହେବ ୮ ଲେନ୍‌। ଏଥିସହ ୨ ଲେନ୍ ସର୍ଭିସ ରୋଡ୍ ମଧ୍ୟ ରହିବ। ବର୍ତ୍ତମାନ ଚଣ୍ଡିଖୋଲ-ପାରାଦୀପ ରାସ୍ତା ନିର୍ମାଣ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଖୋର୍ଦ୍ଧା-ନୟାଗଡ଼ ଏନ୍‌ଏଚ୍ -୫୭ ହେବ ୪ ଲେନ। ୪ ଲେନ୍ ସହ ସର୍ଭିସ ରୋଡ୍ ମଧ୍ୟ ରହିବ। ଏଥିପାଇଁ ୧୧ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି କେସିଙ୍ଗା-ଜୁନାଗଡ଼ ଏନ୍‌ଏଚ୍ -୨୬ ହେବ ୪ ଲେନ୍। କେସିଙ୍ଗା-ଜୁନାଗଡ଼ ୪ ଲେନ୍ ରାସ୍ତା ପାଇଁ ଖର୍ଚ୍ଚ ହେବ ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। 

ସୂଚନାରୁ ପ୍ରକାଶ, ଆଜି ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଥିଲେ। ରାଜ୍ୟରେ ୫୧ଟି ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କ ସହ ରାଜ୍ୟ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ବିଭାଗୀୟ ଅଧିକାରୀମାନେ ଯାଇଥିଲେ। ଓଡ଼ିଶାର ଗମନାଗମନ କ୍ଷେତ୍ରର ଉନ୍ନତି ପାଇଁ ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବା ପାଇଁ ଗଡକରୀ ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। 

ad-week
Leave A Reply

Your email address will not be published.