ଶିଶୁ ଖାଦ୍ୟ ରେ ସରକାରଙ୍କ ଜି.ଏସ.ଟି ୧୮ପ୍ରତିଶତ :କମ୍ପାନୀ ମାଲେ ମାଲ ପିତା ମାତା ବେହାଲ….!

add-all

ମହଙ୍ଗା ମାଡରୁ ବି ବର୍ତ୍ତିନି ଶିଶୁ ଖାଦ୍ୟ….


ବ୍ରହ୍ମପୁର: ଦିନକୁ ଦିନ ସମସ୍ତ ସାମଗ୍ରୀର ଦର ହୁ ହୁ ହୋଇ ବଢ଼ି ଚାଲିଛି। ହେଲେ ଶିଶୁ ଖାଦ୍ୟ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ଶିଶୁ ଖାଦ୍ୟରେ ଜି ଏସ ଟି ଲାଗୁ କରି ସରକାର ବୋଝୋ ଉପରେ ଲଳିତା ବିଡା ଅଭିଭାବକ ଉପରେ ଲଦି ଦେଇଛନ୍ତି l ଶିଶୁ ଖାଦ୍ୟ କ୍ରୟ କରୁଥିବା ଗ୍ରାହକ ଦୋକନ କୁ ଯାଇ ସାଧାରଣ ରେ କେଜି କିଆ ଅଧେ କେଜିଆ ଡ଼ବା ବା ରିଫିଲ ମାଗିବାର ଅଭ୍ୟାସ ରହିଛି। ହେଲେ କିଛି କମ୍ପାନୀ ର ପ୍ୟାକିଙ୍ଗ ରିଫିଲ ହେଉକି ପାଉଚ ହେଉ ଅତିସୁନ୍ଦର ଓ ବଡ଼ ଧରଣର ଥାଏ। କମ୍ପାନୀ ମାନେ ସେମାନଙ୍କ ଚାହିଦା ଦେଖି କିଏ ୩୦୦ ଗ୍ରାମ ତ କିଏ ୪୦୦ ଗ୍ରାମ ଓ ୪୫୦ ଗ୍ରାମ ର ପ୍ୟାକେଟ ବଜାର କୁ ଛାଡୁଛନ୍ତି।ଏପଟେ ବଡ଼ ପ୍ୟାକେଟ ଭାବି ଗ୍ରାହକ ଶିଶୁ ଖାଦ୍ୟ କ୍ରୟ କରିବା ବେଳେ ଏପଟେ ସରକାରଙ୍କ ଶିଶୁ ଖାଦ୍ୟ ଉପରେ ୧୮ ପ୍ରତିଶତ ଜି.ଏସ.ଟି ଟ୍ୟାକ୍ସ ବି ଦେବାକୁ ପଡୁଛି ଯାହାକୁ ନେଇ ଚିନ୍ତା ରେ ପିତା ମାତା । ଶିଶୁ ଖାଦ୍ୟରେ ବି ଦର ବୃଦ୍ଧି ସାଙ୍ଗକୁ ଜି ଏସ ଟି ବୃଦ୍ଧି କୁ ନେଇ ଚାରି ଆଡ଼େ ଚର୍ଚ୍ଚାର ବିଷୟ ହୋଇଛି। ଏବେ ପିତା ମାତା ମାନଙ୍କୁ କ୍ଵାଣ୍ଟିଟି ଓ ଟ୍ୟାକ୍ସ ଯୋଗୁଁ ମହଙ୍ଗା ମାଡ଼ର ଶିକାର ହେବାକୁ ପଡ଼ୁ ଥିବା ଚର୍ଚ୍ଚା ହେଉଛି। ଶିଶୁ ଖାଦ୍ୟରେ ଏତେ ପରିମାଣରେ ଜି ଏସ ଟି ବୃଦ୍ଧି କୁ ନେଇ ସମାଲୋଚନା ର ଶିକାର ହେଉଛନ୍ତି ସରକାର ଅନ୍ୟ ଦିଗରେ କମ୍ପାନୀ ମାଲିକ ମାନେ ସରକାରଙ୍କ ଆଖିରେ ଧୂଳି ଦେଇ ଶିଶୁ ଖାଦ୍ୟରେ ଦର ବୃଦ୍ଧି ବି କରୁଥିବା ଦେଖିବାକୁ ମିଳୁଛି ଏପଟେ ଜିଏସଟି ବୃଦ୍ଧି, କମ୍ପାନୀ ମାଲେ ମାଲ ହେବା ବେଳେ ଅଭିଭାବକ ମୁଣ୍ଡରେ ଏହା ଚଡକ ପଡିଛି l

ad-week
Leave A Reply

Your email address will not be published.