ଖୁଟୁଗୁଡ଼ାରେ ପବିତ୍ର ସ୍ୱାଧୀନତା ଦିବସ ଉପଲକ୍ଷେ ଦୁଇ ଦିନ ବ୍ୟାପି ଫୁଟବଲ ପ୍ରତିଯୋଗିତା…

add-all

ଉମରକୋଟ (୧୬/୦୮/୨୦୨୪) ଭାରତ ବର୍ଷରେ ପବିତ୍ର ୭୮ ତମ ସ୍ୱାଧୀନତା ଦିବସ ମହାଉଲ୍ଲାସର ସହ ସବୁ ଆଡ଼େ ପାଳନ କରି ଆମେ ସ୍ୱାଧୀନ ଭାରତର ନାଗରିକ ଓ ଭାରତ ବାସୀ ଗର୍ଭ କରୁଥିବା ବେଳେ ଉମରକୋଟ ବ୍ଲକର ଝରୀଗାଁ ନିର୍ବାଚନ ମଣ୍ଡଲିର ୮ ନମ୍ବର ଖୁଟୁଗୁଡ଼ା ଗ୍ରାମରେ ମଧ୍ୟ ମହାଉଲ୍ଲସର ସହିତ ପବିତ୍ର ସ୍ୱାଧୀନତା ଦିବସ ପାଳନ ପୂର୍ବକ ଦୁଇ ଦିନ ବ୍ୟାପି ସବୁ ବର୍ଷ ଭଳି ଏକ ଫୁଟବଲ ପ୍ରତିଯୋଗିତାର ଆୟୋଜଣ କରିଛନ୍ତି। ଏହି ଫୁଟବଲ ପ୍ରତିଯୋଗିତାରେ ସମୁଦାୟ ୮ଟି ଦଳ ଭାଗ ନେଇଥିଲେ। ଝରୀଗାଁ ମଣ୍ଡଲିର ବିଧାୟକ ଶ୍ରୀ ନରସିଂ ଭତ୍ରା ଆମନ୍ତ୍ରିତ ମୁଖ୍ୟ ଅଥିତି ଭାବେ ୮ନମ୍ବର ଖୁଟୁଗୁଡ଼ା ଗ୍ରାମରେ ପହଁଞ୍ଚି ପବିତ୍ର ସ୍ୱାଧୀନତା ଉପଲକ୍ଷେ ଏହି ଦୁଇ ଦିନ ବ୍ୟାପି ଫୁଟବଲ ଖେଳଟିର ନଡ଼ିଆ ଭାଙ୍ଗି ଧୂପ ଦୀପ ଜଳାଇ ଶୁଭାରମ୍ଭ କରିଥିଲେ। ୮ ନମ୍ବର ଖୁଟୁଗୁଡ଼ା ଗ୍ରାମର ଯୁବକ କମିଟିର ପ୍ରେସିଡେଣ୍ଟ ତାପସ ମଣ୍ଡଳ ଓ ଗ୍ରାମର ପ୍ରମୁକ ମୁଖ୍ୟ ମୁଖ୍ୟ ବ୍ୟକ୍ତି ବିଶେଷର ତତ୍ତାବୋଧନରେ ଏହି ଖେଳଟି ସବୁ ବର୍ଷ ପରିଚାଳିତ ହୁଏ।ଆଗତ ସମସ୍ତ ଫୁଟବଳ ପ୍ରତିଯୋଗିତା ଦଳ ନିଜ ନିଜ ଭିତରେ ଭାଇ ଚାରା ବଜାୟ ରଖି ସୁରୁଖୁରୁରେ ଭଲ ଖେଳ ଖେଳି ଦର୍ଶକର ମନ ଜିତି ଆନନ୍ଦ ପ୍ରଦାନ କରନ୍ତି।

ad-week
Leave A Reply

Your email address will not be published.