ମହାସମାରୋହରେ ପରଚି ପାରା ମାଧ୍ୟମିକ ବିଦ୍ୟାଳୟରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

add-all

ରାଇଘର : ୧୯୪୭ ମସିହା ଅଗଷ୍ଟ ୧୫ ଭାରତର ଦିଲ୍ଲୀ ଲାଲକିଲ୍ଲ ରେ ତ୍ରିରଙ୍ଗା ଜାତୀୟ ପତାକା ଉଡିବା ପରଠୁ ଭାରତ ବର୍ଷରେ ଅଗଷ୍ଟ ୧୫ ସ୍ୱାଧୀନତା ବିଜୟ ଦିବସ ଭାବେ ପାଳିତ ହୁଏ । ସେହିପରି ପରଚିପାରା ଡିଏନକେ ମାଧ୍ୟମିକ ବିଧ୍ୟାଳୟରେ ମହାସମାରୋହରେ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପାଳିତ ହେଇ ଯାଇଛି । ଗ୍ରାମର ସ୍କୁଲ ସଭାପତି ସହ ଗ୍ରାମର ପ୍ରମୁଖ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଆବାଳ ବୃଦ୍ଧ ସମସ୍ତେ ଏକତ୍ର ଉପସ୍ଥିତ ରହି ଭାରତର ମହାନ ଜାତୀୟ ପତାକା ଉତ୍ତଳ ନ କରି ଭାରତୀୟ କହି ରାଷ୍ଟ୍ରୀୟ ଗୀତ, ଗାନ କରିଥିଲେ । ଏହା ପରେ ପରେ ସ୍କୁଲରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠାନ ଅନୁଷ୍ଠିତ ହେଇଥିଲା | ଛାତ୍ର ଛାତ୍ରୀ ମାନେ ଯେପରି ଭଲ ପାଠ ପଢିବେ ଦିଗରେ ଅଭିଭାବକମାନଙ୍କ ମଧ୍ୟ ଦୃଷ୍ଟି ପଡୁ ସ୍କୁଲର ପ୍ରଧାନ ଶିକ୍ଷକ କହିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ରାମ ସୁନ୍ଦର ଗଣ୍ଡଙ୍କ ତତ୍ତ୍ବାବଧାନରେ ଏବଂ ସ୍କୁଲର ଶ୍ରୀ ହରିଶ ସେନ, ଶ୍ରୀ ସୁବ୍ରତ ବାବୁ, ଶ୍ରୀ ସମାରୁ ଗଣ୍ଡ, ଶ୍ରୀ ପାତ୍ର ବାବୁ ଓ ଶ୍ରୀ ନାୟକ ବାବୁ ପ୍ରମୁଖ ଶିକ୍ଷକଙ୍କ ସହଯୋଗ ଅନୁସାରେ ଏବଂ ପରଚିପାରା ଗ୍ରାମର ସଭାପତି ଶ୍ରୀ ପ୍ରଭାସ ହାଲଦାର, ନିଖିଳ ସରକାର, ବଙ୍କିମ ମଣ୍ଡଳ, ଅତୁଳ ଢାଳି, ନିତ୍ୟ ଢାଳି, ଗଣେଶ ଶିଳ, ନିବାସ ହାଲଦାର, ବିକାଶ ଶିକଦାର, ଅନୁପ ପାଳ, ମହାଦେବ ମଣ୍ଡଲ ଓ ଅନୁପ ମିସ୍ତ୍ରୀ ପ୍ରମୁଖ ଏହି ଉତ୍ସବରେ ଭାଗନେଇଥିଲେ | ଶେଷରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ad-week
Leave A Reply

Your email address will not be published.